ଧାମନଗର:  ବିଜେଡିର ବିଜୟ ଯାତ୍ରାରେ କାହିଁକି ପଡିଲା ବ୍ରେକ୍

Spread the love

() ଧାମନଗରରେ ବିଜେଡିର ବିଜୟ ଧାରାରେ ବ୍ରେକ୍ ଲାଗିବା ପରେ ଏହାକୁ ନେଇ ଦଳ ଭିତରେ ନୂଆ ବିବାଦ ଓ ବିଦ୍ରୋହ ଆରମ୍ଭ ହୋଇସାରିଛି। କଂଗ୍ରେସ ଅମାନତ ହରାଇବା ପରେ କେବେ ସୁଦ୍ଧା  ଓ କେମିତି ନିଜକୁ ସଜାଡ଼ିବ, ତାକୁ ନେଇ ଚିନ୍ତାରେ ପଡ଼ିଗଲାଣି। ଆଉ ବିଜେପି ଏହି ଗୋଟିଏ ବିଜୟକୁ ନେଇ ଉଲ୍ଲସିତରେ ସୀମିତ ନରଖି କିଭଳି ଗଲା ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟ ଓ ପରାଜୟକୁ ତୁଳନା କରି ଆଗକୁ କିଛି ଶିଖିବ କି ନା, ତାକୁ ନେଇ ରାଜନୀତିକ ମହଲ ଚାହିଁବସିଛି।

ଧାମନଗରରେ ଧର୍ମର ଜୟ ହୋଇଛି ବୋଲି ଧର୍ମେନ୍ଦ୍ର କହିଲେ। ଆଉ ଜନମତକୁ ସମ୍ମାନ ଦେବା ସହ ୨୪ରେ ପୁଣି ବିଜେଡି ଜିତିବ ବୋଲି କହିଲେ ନବୀନ। ବିଜେଡି ବିଜୟ ଧାରାରେ ବ୍ରେକ୍ ଲଗାଇଥିବା ବିଜେପି ଶିବିର ବିଜୟ ଶୋଭାଯାତ୍ରା କରିଛି। ଜନଆଶୀର୍ବାଦ ବଳରେ ଧାମନଗର ଜିତିଥିବା ସୂର୍ଯ୍ୟବଂଶୀ ଭୋଟରଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ଆଉ ବିଜେପି ଆଗରେ ଆଉ ଏକ ଟେଷ୍ଟ ମୁଣ୍ଡ ଉପରେ। ପଦ୍ମପୁର ଆସନ। ଏଠାରୁ ଅଳ୍ପକେ ହାରିଥିଲା ଦଳ। କିନ୍ତୁ ଏହି ଆସନକୁ ବିଜେଡି ହାତରୁ ଛଡ଼ାଇ ଆଣିଲେ ବିଜେପିର ସ୍ଥିତି ମଝଭୁତ୍ ହେବ। ୨୦୧୭ ଜିଲ୍ଲା ପରିଷଦରେ ସାଉଁଟିଥିବା ଅଦ୍ଭୁତ ସଫଳତାକୁ ଯେମିତି ୨୦୨୨ରେ ବିଫଳତାରେ ପରିଣତ କରିଦେଲା ବିଜେପି ଆଉ ସେଭଳି ଢିଲା ହେବ, ତା ହେଲେ କଥା ସରିଲା ବୋଲି କୁହାଯାଉଛି।

ଧାମନଗରର ଫଳ କିନ୍ତୁ ଧର୍ମଶାଳାରେ ହଲଚଲ ସୃଷ୍ଟି କଲାଣି ବିଜେଡି ଶିବିରରେ। ଏମିତିରେ ଧାମନଗରରେ ଯାଜପୁରିଆ ନେତାଙ୍କ ଡେରା ପଡ଼ିଥିଲା। ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତିରଞ୍ଜନ ଘଡ଼େଇ, ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ଭଳି ନେତା ମଙ୍ଗ ସମ୍ଭାଳିଥିଲେ। ରାଜୁ ଦାସଙ୍କ ଭଳି ନେତାଙ୍କ ପ୍ରତି ଅନ୍ୟାୟ ହୋଇଥିବାର ପ୍ରତିବାଦ କରିଛନ୍ତି ଯାଜପୁର ଜାରକାରେ କିଛି ବିଜେଡି ସମର୍ଥକ। ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୁଦ୍ଧରେ ବର୍ଷିବା ସହ ରାଜୁ ଦାସଙ୍କ ସପକ୍ଷରେ ନାରାବାଜି କରିଥିଲେ। ସେପଟେ ରାଜୁ ଦାସ କହିଛନ୍ତି, ଯିଏ ବି ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲା, ସେମାନେ ଶିକ୍ଷା ପାଇଲେ।

ସେପଟେ ଧାମନଗରରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଥିଲା ସମୟରେ ଭାରତ ଯୋଡ଼ ଯାତ୍ରା ପ୍ରବେଶ କରିଛି ଧାମନଗର ମାଟିରେ। ଏଭଳି ସ୍ଥିତିରେ ଦଳକୁ ଲୋକଙ୍କ ସହ ଯୋଡ଼ିବା ମନ୍ତ୍ରକୁ ପାଥେୟ କରୁଥିବା ନେତାଏ ଅବଶ୍ୟ ଏକଜୁଟ୍ ହୋଇ ଲଢ଼ିବାର ଦୃଶ୍ୟ ସମସ୍ତଙ୍କ ସାମ୍ନାରେ ଥିଲା। ହେଲେ ଫଳ ଅତି ନୈରାଶ୍ୟଜନକ ପରେ ଏହା ପଛରେ କିଏ ଦାୟୀ, ତାହାର କାରଣ ଖୋଜିପାଉନି ଦଳ।

୨୪  ଫାଇଟ୍ ଆଗରୁ ଧାମନଗର ଜନାଦେଶ ବିଜେପି ସପକ୍ଷରେ ଗଲା। ଏବେ ପଦ୍ମପୁର ଫଳକୁ ଅପେକ୍ଷା। ରାଜୁଙ୍କ ପ୍ରାର୍ଥୀତ୍ୱ ବିଜେଡିର ଗଣିତକୁ ଗଡ଼ବଡ଼ କରିଦେଲା ବୋଲି ସବୁଠି ଚର୍ଚ୍ଚା। ଆଉ ବିଜେଡି ପଦ୍ମପୁରରେ କିଛି ଏଭଳି ଭୁଲ୍ କରିବ ନା ପୁଣି ନିଜ ବିଜୟ ଅଭିଯାନକୁ ଜାରି ରଖିବ, ଦେଖିବାର କଥା। ବିଜେପି ଲାଗି ବି ବଡ଼ ପରୀକ୍ଷା। ପଦ୍ମପୁର ଆସନରେ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ସତ୍ୟ କିଛି କମ୍ ଖେଳୁଆଡ଼ ନୁହଁନ୍ତି। ବିଜେଡି ସ୍ୱର୍ଗତ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ପ୍ରାର୍ଥୀ କଲେ ଉଭୟ ଅନୁକମ୍ପା ଓ ମହିଳା କାର୍ଡ ବଳରେ ଗଡ଼ ହାତେଇବା ମୁସ୍କିଲ ହୋଇନପାରେ।

ଭଦ୍ରକରୁ ସତ୍ୟବ୍ରତ ପ୍ରଧାନଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ

Leave a Reply

Your email address will not be published. Required fields are marked *