ଜାତୀୟ

ପଛ ସିଟରେ ବି ବେଲ୍ଟ ବାନ୍ଧିବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାରର ପଛ ସିଟରେ ବି ସିଟ ବେଲ୍ଟ  ଲଗାଇବାର ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତର ଯାଞ୍ଚରୁ ଜଣାପଡିଛି କି, ପଛ ସିଟରେ ବସିଥିବା ସାଇରସ ମିସ୍ତ୍ରୀ ଓ ଜାହାଙ୍ଗିର ପଂଡୋଲ ସିଟ ବେଲ୍ଟ ଲଗାଇ ନ ଥିଲେ। ତେଣୁ ଦୁର୍ଘଟଣା ହେବାରୁ ତାଙ୍କୁ ଜୋରଦାର ଝଟକା ଲାଗିଥିଲା ଓ ତାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଆଗରେ ବସିଥିବା ଉଭୟ ବ୍ୟକ୍ତି ବଞ୍ଚିଯାଇଛନ୍ତି।

ତେବେ କାହିଁକି ସିଟ ବେଲ୍ଟ ପାଇଁ ଆଇନ ରହିଛି ତାକୁ ନେଇ ମୁମ୍ବାଇ ଟ୍ରାଫିକ ଡିସିପି ତିଲକ ରୋଶନ କହିଛନ୍ତି, କାରର ଆଗ ଓ ପଛ ସିଟରେ ବସିଥିବା ସମସ୍ତଙ୍କୁ ବେଲ୍ଟ ବାନ୍ଧିବା ଆବଶ୍ୟକ। ମୋଟର ଭେଇକିଲ ଆକ୍ଟ ସେକ୍ସନ ୧୯୪ ବି୧ ଅନ୍ତର୍ଗତ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଓ ସାଧାରଣ ଧାରଣା ରହିଛି କି, କେବଳ ଆଗରେ ବସିଥିବା ଲୋକଙ୍କୁ ସିଟ ବେଲ୍ଟ ଲଗାଇବା ଜରୁରୀ।

ତେବେ ବର୍ତ୍ତମାନ ସାଇରସଙ୍କ ମୃତ୍ୟୁ ଅନେକଙ୍କ ଆଖି ଖୋଲି ଦେଇଛି।ଏହାକୁ ନେଇ ମୁମ୍ବାଇରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏଥିସହ ଗତି ନୀୟନ୍ତ୍ରଣ ବି ଜରୁରୀ ହୋଇପଡିଛି।

Related Articles

Leave a Reply

Your email address will not be published.

Back to top button