ଦେଶରେ ଆତ୍ମହତ୍ୟା ସଂଖ୍ୟାରେ ୧୮ ପ୍ରତିଶତ ବୃଦ୍ଧି

Spread the love

ନୂଆଦିଲ୍ଲୀ: ଭାରତରେ ଆତ୍ମହତ୍ୟା ସଂଖ୍ୟା ୨୦୧୯ରୁ ୨୦୨୧ ମଧ୍ୟରେ ବୃଦ୍ଧି ଘଟିଛି। ଲୋକସଭାରେ ଶ୍ରମ ଓ ରୋଜଗାର ମନ୍ତ୍ରୀ ରାମେଶ୍ବର ତେଲି ଦେଶରେ ବୃଦ୍ଧିପାଇଥିବା ଆତ୍ମହତ୍ୟାର ବର୍ଦ୍ଧିତ ସଂଖ୍ୟା ଉପସ୍ଥାପନ କରି କହିଛନ୍ତି କି,  ଦେଶରେ ୨୦୧୯ ତୁଳନାରେ ୨୦୨୧ରେ ସୁଇସାଇଡ ମାମଲାରେ ୧୮ ପ୍ରତିଶତ  ବୃଦ୍ଧି ଘଟିଛି।

ରାଜ୍ୟସଭାରେ ସୋମବାର ଦିନ ବିରୋଧୀ ସାଂସଦ ଯୁବ ଓ କୃଷକ ଆତ୍ମହତ୍ୟାର ପ୍ରସଙ୍ଗ ଉଠାଇ ସରକାରକୁ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ଲୋକସାରେ ସାଂସଦ ଡା ଟି ଆର ପରିଭେନ୍ଦର କହିଛନ୍ତି କି,  ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍‌କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ଏହା ଚିନ୍ତାର କାରଣ ହୋଇଛି।

ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏନସିଆରବିର ସଂଖ୍ୟା ଉପସ୍ଥାପନ କରି କହିଛନ୍ତି କି, ୨୦୧୯ରେ ଦେଶରେ ମୋଟ ୧,୩୯, ୧୨୩ ଆତ୍ମହତ୍ୟା କରିଥିଲେ।  ସେହିପରି ୨୦୨୦ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇ ୧,୫୩, ୦୫୨ ହୋଇଥିଲା  ଓ ଏହି ସଂଖ୍ୟା ୨୦୨୧ରେ ୧,୬୪,୦୩୩ ହୋଇଥିଲା।

ସେ ଆହୁରି କହିଛନ୍ତି କି, ୨୦୨୧ରେ ୨୨,୨୦୭ ନମ୍ବର ସହ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆତ୍ମହତ୍ୟା ମାମଲା ରେକର୍ଡ କରାଯାଇଥିଲା। ମୁଖ୍ୟତଃ ରୋଜଗାର ଏହି ଆତ୍ମହତ୍ୟା ବୃଦ୍ଧିର କାରଣ ହୋଇଥିବାରୁ ସରକାର ସରକାରୀ ଯୋଜନା ମାଧ୍ୟମରେ ରୋଜଗାର ଯୋଗାଇ ଦେବାକୁ ପ୍ରୟାସ କରିଛନ୍ତି।

ରାଜ୍ୟସଭାରେ ଆପ ସାଂସଦ ସନ୍ତ ବଲବୀର ସିଂହ କୃଷକ ଓ ଜମିହୀନ ଶ୍ରମିକଙ୍କ ବର୍ଦ୍ଧିତ ଆର୍ଥିକ ସଂକଟକୁ ଉଠାଇଥିଲେ। ସେ କହିଥିଲେ ଆର୍ଥିକ ସଂକଟ କାରଣରୁ ଏହି ଦୁଇ ଶ୍ରେଣୀରେ ଆତ୍ମହତ୍ୟା ବଢୁଛି। ସରକାରଙ୍କୁ ପୀଡିତ କୃଷକଙ୍କୁ କ୍ଷତିପୂଣ ଦେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *