କେନ୍ଦ୍ରମନ୍ତ୍ରୀ ଡ. ଏଲ.ମୁରୁଗାନ ‘କାନ ଫିଲ୍ମ ମହୋତ୍ସବ’ ରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଡ. ଏଲ.ମୁରୁଗାନ ଚଳିତ ବର୍ଷ ୧୬ ରୁ ୨୭ ମଇ ମଧ୍ୟରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠିତ ପ୍ରତିଷ୍ଠିତ କାନ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ କରିବେ । ଯାହା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭିଡ଼ିଓ ବାର୍ତା ଜରିଆରେ ୭୬ତମ କାନ ମହୋତ୍ସବର ଉତ୍ସବକୁ ସମ୍ବୋଧିତ କରିବେ ।

କାନ ମହୋତ୍ସବର ଉଦ୍‌ଘାଟନ ଅବସରରେ ଡା. ମୁରୁଗାନ ରେଡ଼ କାର୍ପେଟ ରେ ଭାରତୀୟ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ପାରମ୍ପରିକ ତାମିଲ ପୋଷାକ ୱେଷ୍ଟି ପରିଧାନ କରିବେ । ତାଙ୍କ ସହିତ ଦ ଏଲିଫେନଟ ହ୍ୱିସପର୍ସ ରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଗୁନିତ ମୋଙ୍ଗା, ଅଭିନେତ୍ରୀ ମାନୁଷୀ ଛିଲ୍ଲର, ଅଭିନେତ୍ରୀ ଇଶା ଗୁପ୍ତା ଏବଂ ପ୍ରସିଦ୍ଧ ମଣିପୁରୀ ଅଭିନେତା କଂଗଓମ ତୋମ୍ବା ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *