
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା। ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆକ୍ଟର ତାଙ୍କ ଚିଳଚିତ୍ର କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ଫିଲ୍ମରେ ନିଜର ଅଭିନୟର ଦକ୍ଷତା ବିସ୍ତାର କରିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ଚାଲନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ଖାସ୍ ଖବର।
ନାସିରୁଦ୍ଦିନ ଶାହାଙ୍କ ଜନ୍ମ ୨୦ ଜୁଲାଇ ୧୯୫୦ରେ ଉତ୍ତରପ୍ରଦେଶ ର ବାରାବଙ୍କିରେ ହୋଇଥିଲା। ଆକ୍ଟର ତାଙ୍କ ଫିଲ୍ମ କ୍ୟାରିୟର ୧୯୭୫ ମସିହାରେ ଆସିଥିବା ‘ନିସାନ୍ତ’ରୁ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କର ଏକ ଛୋଟ ଭୂମିକା ଥିଲା। ବୋଧହୁଏ ଏହି କାରଣରୁ ତାଙ୍କ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଦ୍ୱାର ଖୋଲିଥିଲା। ଏହି ଫିଲ୍ମରେ ତାଙ୍କ ସହ ସ୍ମିତା ପଟେଲ, ଶବାନା ଆଜମୀ, ଏବଂ ଅମ୍ରିଶ ପୁରୀ ପ୍ରମୁଖ ଭୂମିକାରେ ଥିଲେ। ଏହା ପରେ ସେ ‘ମନ୍ଥନ’, ‘ଭୂମିକା’, ‘ସ୍ପର୍ଶ’, ଏବଂ ‘ଜୁନୁନ୍’ ଭଳି ଅନେକ ଫିଲ୍ମରେ କାମ କରିଥିଲେ।
କୁହାଯାଏ ଯେ, ନାସିରୁଦ୍ଦିନ ଶାହାଙ୍କ ପିତା ତାଙ୍କ ଫିଲ୍ମରେ କାମ କରିବା ବିରୋଧରେ ଥିଲେ। ଏଭଳି ପରିସ୍ଥିତିରେ ସେ ତାଙ୍କ ପରିବାର ବିରୋଧରେ ଯାଇ ଫିଲ୍ମରେ କାମ କରିଥିଲେ। ସେ ଇଣ୍ଡଷ୍ଟ୍ରିରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆକ୍ଟରଙ୍କୁ ଫିଲ୍ମ ପ୍ରତି ଆଗ୍ରହ ଥିଲା, କିନ୍ତୁ ତା ସହିତ ତାଙ୍କର ପାଠଫଢିବାରେ ଆଗ୍ରହ ନଥିଲେ।
ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୁଁ ପାଠପଢାରେ ବହୁତ ଦୁର୍ବଳ ଥିଲି, ଏଥିପାଇଁ ମୁଁ ମୋ ଶିକ୍ଷକମାନଙ୍କଠାରୁ ମାଡ ଖାଉଥିଲି। ସେତେବେଳେ ମୁଁ ଭାବିଲେ ଯେ, ମୋର ଫିଲ୍ମରେ କ୍ୟାରିୟର କରିବା ଉଚିତ୍। ପାଠଫଢାରୁ ରକ୍ଷା ପାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ଆପଣଙ୍କୁ କହିରଖିବୁକି , ନାସିରୁଦ୍ଦିନ ଫିଲ୍ମକୁ ଆସିବା ପୂର୍ବରୁ ତାଙ୍କର ଜଣେ ଗର୍ଲଫ୍ରେଣ୍ଡ ଥିଲେ। ପରବର୍ତ୍ତୀ ସମୟରେ ସେ ହିରୋ ଭଳି ଦେଖାଯାଉନଥିବା କହି ତାଙ୍କ ସହ ବ୍ରେକଅପ୍ କରିଦେଇଥିଲେ।
ନାସିରୁଦ୍ଦିନ ଶାହାଙ୍କୁ ‘ସ୍ପର୍ଶ’ ଏବଂ ‘ପାର’ ଭଳି ଫିଲ୍ମ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ସେ ତାଙ୍କ ଅଭିନୟ ଜରୀଆରେ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ