ଅଭିନେତା ବିବେକ ଓବରୋୟେ ହେଲେ ଠକାମିର ଶୀକର

Spread the love

ଅଭିନେତା ବିବେକ ଓବରୋୟେ ଠକାମିର ଶୀକର ହୋଇଥିବାନେଇ ପୋଲିସ ନିକଟରେ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଅନ୍ଧେରି ଏମଆଇଡିସି ପୋଲିସ ଷ୍ଟେସନରେ ନିର୍ମାତା ସଞ୍ଜୟ ସାହା, ନନ୍ଦିତା ସାହା, ରାଧିକା ନନ୍ଦା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି ।

ଓବରୋୟେ ମେଗା ଏଣ୍ଟରଟେନମେଣ୍ଟ୍ ଆକାଉଣ୍ଟାଣ୍ଟ ଦେବେନ୍ ବାଫନାଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି । ତାଙ୍କ ଅଭିଯୋଗ ଅନୁଯାୟୀ, ଫେବୃଆରୀ ୨୪, ୨୦୧୭ ରେ ଓବରୋୟେ ଅର୍ଗାନିକ୍ ଏଲ୍ଏଲପି କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ବିବେକ ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ଏହି ଫାର୍ମରେ ଅଂଶୀଦାର ଅଟନ୍ତି । ଜୈବ କ୍ଷେତ୍ରରେ ଅଧିକ ଚାହିଦା ନଥିବାରୁ ସେ ସିନେମା କ୍ଷେତ୍ରରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବିବେକ ସଞ୍ଜୟ ଶାହାଙ୍କୁ ଭେଟିଥିଲେ। ସାହାଙ୍କ ଚଳଚ୍ଚିତ୍ର ନିର୍ମାଣରେ ଅଭିଜ୍ଞତା ଥିବାରୁ ସେମାନେ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଯୋଜନା ଅନୁଯାୟୀ ସଞ୍ଜୟ ସାହା, ନନ୍ଦିତା ସାହା, ରାଧିକା ନନ୍ଦାଙ୍କୁ ମଧ୍ୟ ସେମାନଙ୍କ ଫାର୍ମର ଅଂଶୀଦାର କରାଯାଇଥିଲା।

ପରେ, ସେ ନନ୍ଦିତା ଏଣ୍ଟରଟେନମେଣ୍ଟ୍ ଏଲ୍ଏଲପି ନାମକ ଏକ ଫାର୍ମ ପ୍ରତିଷ୍ଠା କରିଥିଲେ । ଏଥିରେ ବିବେକ ଓବରୋୟେଙ୍କ ବ୍ୟକ୍ତିଗତ ଆକାଉଣ୍ଟ ତଥା ଫାର୍ମ ଓବରୋୟେ ମେଗା ଏଣ୍ଟରଟେନମେଣ୍ଟ ଏଲ୍ଏଲପି ମାଧ୍ୟମରେ ବିନିଯୋଗ କରିବାକୁ ବାଧ୍ୟ କରାଯାଉଥିଲା । ସମୟ ସମୟରେ ବିଭିନ୍ନ ଆଳ ଦେଖାଇ ନନ୍ଦିତା ଫାର୍ମକୁ ନଜଣାଇ ବିବେକଙ୍କ ୧. ୫ କୋଟି ଟଙ୍କା ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଥିଲେ । ଏହା ଜାଣିବା ମାତ୍ରେ ବିବେକ ପୋଲିସ ପାଖରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ, ଏହି ଠକେଇ ଫେବୃଆରୀ ୪, ୨୦୨୦ ରୁ ଏପ୍ରିଲ ୩୦, ୨୦୨୨ ମଧ୍ୟରେ ହୋଇଥିଲା।

Leave a Reply

Your email address will not be published. Required fields are marked *