ଏବେ ବି ମିଳିନି ଶ୍ରଦ୍ଧାଙ୍କ ମୁଣ୍ଡ

ନୂଆଦିଲ୍ଲୀ: ଶ୍ରଦ୍ଧା ମର୍ଡର ମାମଲାରେ ଦିଲ୍ଲୀ ପୁଲିସର ଯାଞ୍ଚ ଦ୍ରୁତଗତିରେ ଆଗେଇ ଚାଲିଛି। ଆଫତାବ ପୁନାୱାଲାକୁ ତିହାଡ ଜେଲରେ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଏହା ମଧ୍ୟରେ ଏହି ମାମଲାରେ ବଡ ଖୁଲାସା ହୋଇଛି। ଦିଲ୍ଲୀ ପୁଲିସ କହିଛି କି, ଶ୍ରଦ୍ଧା ୱାକର ତାର ଲିଭ ଇନ ପାର୍ଟନର ଆଫତାବଠାରୁ ବ୍ରେକ୍‌ଅପ ଚାହୁଁଥିଲା। ଏକଥା କିନ୍ତୁ ଆଫତାବକୁ ପସନ୍ଦ ହୋଇନଥିଲା ଓ ଶ୍ରଦ୍ଧାର ହତ୍ୟା କରିଦେଲା।

ପୁଲିସ ମୁତାବକ, ଦମ୍ପତିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ପ୍ରତିଦିନ ଲଢେଇ ଝଗଡା ହେଉଥିଲା। ଶ୍ରଦ୍ଧା ଆଫତାବର ବ୍ୟବହାର ଓ ମାଡଗାଳିରେ ଅତିଷ୍ଠ ହୋଇଯାଇଥିଲା। ତେଣୁ ମେ ୩-୪ରେ ସେ ଆଫତାବଠାରୁ ଅଲଗା ହୋଇ ଅନ୍ୟତ୍ର ରହିବାକୁ ନିଷ୍ପତି ନେଇଥିଲେ। କିନ୍ତୁ ଏହି ନିଷ୍ପତିକୁ ଗ୍ରହଣ କରି ପାରିନ ଥିଲା ଆଫତାବ। ସେ ରାଗିଯାଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା ପୁଲିସ କହିଛି।

ସେପଟେ ଏପର୍ଯ୍ୟନ୍ତ ଦିଲ୍ଲୀ ପୁଲିସକୁ ବହୁ ପ୍ରମାଣ ମିଳିଛି। ମହରୋଲି ଓ ଗୁରୁଗ୍ରାମ ବର୍ଡର ଜଙ୍ଗଲରୁ ପୁଲିସକୁ ୧୩ ଖଣ୍ଡ ମଣିଷ ହାଡ ମିଳିଛି, ଯାହାକୁ ଟେଷ୍ଟ ପାଇଁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି। ଏଥିସହ ଶ୍ରଦ୍ଧାଙ୍କର ତାଙ୍କ ବାପା ବିକାଶ ୱାକରଙ୍କ ଡିଏନଏ ସହ ମ୍ୟାଚ କରାଯାଉଛି। ଆଫତାବର ଫ୍ଲାଟରୁ ପୁଲିସ ଏକ ୫-୬ ଇଞ୍ଚର ଛୁରୀ ପାଇଛି।

କିନ୍ତୁ ଏପର୍ଯ୍ୟନ୍ତ ଶ୍ରଦ୍ଧାର ମୁଣ୍ଡ ମିଳିନାହିଁ। ଫ୍ଲାଟରୁ ଶ୍ରଦ୍ଧାଙ୍କ କପଡା ଜବତ କରିଛି। ଏହା ବ୍ୟତିତ ପେଟିଏମ, ବମ୍ବଲ ଡେଟିଂ ଆପ, ଜୋମାଟୋ ଓ ବ୍ଲିକିଟ ଠାରୁ ସୂଚନା ମଗାଯାଇଛି। ପୁଲିସକୁ ଆଫତାବର ଦୁଇଟି ମୋବାଇଲ ଫୋନ ମିଳିଛି। ଦିଲ୍ଲୀ ପୁଲିସ ଏହି ମାମଲାରେ ଏକ ଏସଆଇଟି ଗଠନ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *