ଭାରତ-ବାଂଲାଦେଶ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନୁପ୍ରବେଶକୁ ରୋକିବାକୁ ଜବାନ ତ ମୁତୟନ ହେବା ସହ ୨୪ ଘଣ୍ଟିଆ ନଜର ରଖିଛନ୍ତି ସୀମାରେ। କିନ୍ତୁ ଅନୁପ୍ରବେଶ ରୋକିବାକୁ ସୀମାରେ ଲଗାଯାଇଥିବା ତାରବାଡ଼ରେ ମହୁମାଛିଙ୍କୁ ନିୟୋଜିତ କରାଯାଇଛି। ଫେନସିଂ ଲାଇନରେ ମହୁମାଛି ବାକ୍ସ ରଖାଯାଇଛି। ଫେନସିଂ ତାର ଛିଣ୍ଡାଇବାକୁ କେହି ଅନୁପ୍ରବେଶକାରୀ ଚେଷ୍ଟା ମାତ୍ରେ ଆଉ ଛୁଇଁବାମାତ୍ରେ ମହୁମାଛି ଆକ୍ରମଣ କରିବେ। ଏହି ମହୁମାଛିଙ୍କୁ ଯୋଦ୍ଧା ମହୁମାଛିର ନାଁ ଦେଇଛି ବିଏସଏଫ୍। ସ୍ଥାନୀୟ ଲୋକଙ୍କୁ ମହୁମାଛି ଚାଷ କରି ଜୀବିକା ନିର୍ବାହର ନୂଆ ପନ୍ଥା ଦେଖାଇଥିବା ବିଏସଏଫ ଏବେ ମହୁମାଛିଙ୍କୁ ସୁରକ୍ଷା କାମରେ ନିୟୋଜିତ କରି ବେଶ୍ ପ୍ରଶଂସା ସାଉଁଟିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now