ଅନନ୍ତ-ରାଧିକାଙ୍କ ବୈବାହିକ ଜୀବନ ଶୁଭଙ୍କର ହେଉ ବୋଲି ଶୁଭକାମନା ପଠାଇଦେଲେ ସତ। କିନ୍ତୁ ପ୍ରତ୍ୟକ୍ଷ ଭାବେ ବିବାହ ଉତ୍ସବରେ ସାମିଲ୍ ହେଲେନି ସୋନିଆ ଗାନ୍ଧୀ। ଏପରିକି ରାହୁଲ କି ପ୍ରିୟଙ୍କା ବି ଏଭଳି ଉତ୍ସବରେ ସାମିଲ୍ ହେଲନି। ଯଦିଓ ମୁକେଶ ଅମ୍ୱାନୀ ନିଜେ ନିମନ୍ତ୍ରଣ ଦେବାକୁ ଜୁଲାଇ ୪ତାରିଖରେ ସୋନିଆଙ୍କ ବାସଭବନ ୧୦ ଜନପଥକୁ ଯାଇଥିଲେ। କିନ୍ତୁ ଏହି ଉତ୍ସବରେ ଅନ୍ୟ କୌଣସି କଂଗ୍ରେସ ନେତା ସାମିଲ୍ ଉପରେ ଦଳ କୌଣସି ପ୍ରତିବନ୍ଧକ ଲଗାଇନଥିଲା। କିନ୍ତୁ ସପା ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ପ୍ରମୁଖ ସାମିଲ୍ ହୋଇଥିଲେ। ରାଜନୀତିରୁ ନେଇ ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା। ମୁମ୍ୱାଇର ଜିଓ ଓ୍ୱାର୍ଲଡ କନଭେନସନ ସେଣ୍ଟରରେ ବଡ଼ ଧୁମଧାମରେ ଅନନ୍ତ ଅମ୍ୱାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now