ଆଜି ଜାତୀୟ ଚିକିତ୍ସକ ଦିବସ

Spread the love

ଭଗବାନ ଶରୀର ଦେଇ ରୋଗ ଦେଲେ, ଆଉ ରୋଗ ଦେଇ ଡାକ୍ତରଙ୍କ ସୃଷ୍ଟି କଲେ। ମାନବ ସମାଜ ପାଇଁ ଡାକ୍ତରମାନେ ହେଉଛନ୍ତି ଆଶୀର୍ବାଦ ସ୍ୱରୂପ। ଏଥିପାଇଁ ସେମାନଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଏ। ଯଦି ଡାକ୍ତର ନଥାନ୍ତେ, ତେବେ ଏ ଶରୀର କେତେ ଯେ ପୀଡା ସହିଥାନ୍ତା, ତାହା ରୋଗଶଯ୍ୟାରେ ଥିବା ଜଣେ ରୋଗୀ ହିଁ କହିପାରିବ। 

ମଣିଷ ଜୀବନକୁ ସୁସ୍ଥ ରଖିବାରେ ଡାକ୍ତରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ତେଣୁ ମାନବ ଜୀବନରେ ଡାକ୍ତରଙ୍କ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଚିକିତ୍ସକ ଦିବସ ବା ନ୍ୟାସନାଲ୍ ଡକ୍ଟର୍ସ ଡେ'(National Doctors’ Day) ରୂପେ ପାଳନ କରାଯାଉଛି। 

ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଚଳିତ ବର୍ଷର ବିଷୟବସ୍ତୁ ‘ଆରୋଗ୍ୟକାରୀ ହାତ, ଯତ୍ନଶୀଳ ହୃଦୟ'(healing hands caring hearts) ରଖାଯାଇଛି। ଏହି ବିଷୟବସ୍ତୁ ଡାକ୍ତରଙ୍କ ସେବା ଏବଂ ମାନବ ଜୀବନରେ ସେମାନଙ୍କ ଭୂମିକାକୁ ସମ୍ମାନ ଜଣାଏ।

Leave a Reply

Your email address will not be published. Required fields are marked *