୩ ନକ୍ସଲଙ୍କ ପାଇଁ ୭ହଜାର ପୁଲିସ

୨୪ ବର୍ଷ ହେଲା ୩ ନକ୍ସଲଙ୍କୁ ନେଇ ନୟାନ୍ତ ହେଲାଣି ମଧ୍ୟପ୍ରଦେଶ ପୁଲିସ। ରାଜ୍ୟକୁ ନକ୍ସଲମୁକ୍ତ କରିବାର ଟାର୍ଗେଟ କେମିତି ହାସଲ ହେବ, ସେ ଚିନ୍ତା ଘାରିଛି ମଧ୍ୟପ୍ରଦେଶ ସରକାରଙ୍କୁ। ପୁଲିସ ରେକର୍ଡରେ ରାଜ୍ୟରେ କେବଳ ୩ ନକ୍ସଲ ବଞ୍ଚିଛନ୍ତି। ଏହି ୩ଜଣ ବାଲାଘାଟ ଓ ମଣ୍ଡଳାରେ ସକ୍ରିୟ ରହିଛନ୍ତି। ଏମାନଙ୍କୁ ଦମନ ଲାଗି ରାଜ୍ୟ ସରକାର ଏବେ ବି ୭ହଜାର୫ଶହରୁ ଅଧିକ ସୁରକ୍ଷାବଳକୁ ମୁତୟନ କରିଛନ୍ତି। ଏ ବାବଦରେ ସରକାର ବାର୍ଷିକ ୭୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସଡ଼କ, ଶିକ୍ଷା ଓ ମୋବାଇଲ ନେଟଓ୍ୱର୍କ ସହ ଅନ୍ୟ ଜରୁରୀ ସୁବିଧାର ପ୍ରାବଧାନ ବି ବଜେଟରେ ରହିଛି। ଏ ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ରୀୟ ରିଜର୍ଭ ଫୋର୍ସର ୩ ବାଟାଲିୟନ ସମେତ ୭ହଜାରରୁ ଅଧିକ ପୁଲିସ ଦୁଇ ଜିଲ୍ଲାରେ ମୁତୟନ ଅଛନ୍ତି। ପୁଲିସର ରେକର୍ଡ ଅନୁସାରେ ଗଲା ୨୪ ବର୍ଷ ଭିତରେ ଏହି ୩ ନକ୍ସଲଙ୍କ ଭିତରୁ ଜଣଙ୍କୁ ବି ଗିରଫ କରିପାରିନି ପୁଲିସ। ଶେଷ ଥର ୨୦୦୦ ମସିହାରେ ଜଣେ ନକ୍ସଲକୁ ଧରିଥିଲା ପୁଲିସ। କିନ୍ତୁ ସେ ବି ୨୦୦୪ରେ ଖସିଗଲା। ଏ ସବୁ ନକ୍ସଲଙ୍କ ଗ୍ରାମୀଣ ଅଞ୍ଚଳରେ ବେଶ୍ ଦବଦବା ରହିଛି। ପୁଲିସ ପହଞ୍ଚିବା ପୂର୍ବରୁ ସେମାନେ ଫେରାର୍ ହୋଇଯାଉଛନ୍ତି। ଛତିଶଗଡ଼ ଓ ମହାରାଷ୍ଟ୍ରର ୬୦ ନକ୍ସଲଙ୍କ ଗତିବିଧି ଏଠାରେ ଜାରି ରହିଛି। ନକ୍ସଲଙ୍କ ମୁକାବିଲା ଲାଗି କେବଳ ବାଲାଘାଟ ଯାହାକି ୯ହଜାର୨୪୫ ବର୍ଗ କିଲୋମିଟର କ୍ଷେତ୍ରରେ ରହିଛି, ସେଠାରେ ୬ହଜାର ପୁଲିସ ମୁତୟନ ଅଛନ୍ତି। ମଣ୍ଡଲାରେ ୧୫ଶହ ଜବାନ ଅଛନ୍ତି। ୫୦ ବର୍ଷୀ, ଦୀପକ ଓରଫ୍ ସୁଧାକର ଉପରେ ୨୯ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା ରହିଛି। ୩୮ ବର୍ଷୀୟା ସଙ୍ଗୀତା ଓରଫ ସେଓ୍ୱନ୍ତି ଉପରେ ୧୪ଲକ୍ଷ ଓ ୬୦ ବର୍ଷୀୟ ରାମ ସିଂ ଓରଫ ସମ୍ପତ୍ତଙ୍କ ଉପରେ ୧୪ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *