ମୋଦୀ  ୩.୦ର ପ୍ରଥମ ୧୦୦ ଦିନରେ ‘ଆକ୍ଟ ଇଷ୍ଟ’ ନୀତି ଉପରେ ଗୁରୁତ୍ୱ

ମୋଦୀ ୩.୦ ର ପ୍ରଥମ ଶହେ ଦିନରେ ଭାରତର ‘ଆକ୍ଟ ଇଷ୍ଟ’ ନୀତିକୁ ଆଗରେ ରଖାଯାଇଛି ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସମସ୍ତେ ଏସିଆନ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦକ୍ଷିଣ – ପୂର୍ବ ଏସିଆ ଗସ୍ତ କରୁଛନ୍ତି । ଗତ ୧୦୦ ଦିନ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜି ଓ ନ୍ୟୁଜିଲାଣ୍ଡ ସହିତ ତିମୋର-ଲେଷ୍ଟ ଗସ୍ତ କରିଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଭିଏତନାମ ଓ ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପରେ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତ କରି ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ତୃତୀୟ ପାଳିର ପ୍ରାରମ୍ଭରେ ସିଙ୍ଗାପୁର ଏବଂ ବ୍ରୁନେଇ ଗସ୍ତ କରିଥିଲେ ଯାହା ଦକ୍ଷିଣ ପୂର୍ବ ଏସିଆକୁ କୂଟନୈତିକ ପ୍ରାଥମିକତା ଏବଂ ଆସିଆନ୍ ଅଞ୍ଚଳ ମାଧ୍ୟମରେ ଭାରତର ବିକାଶ ନୀତିକୁ ସୂଚାଇଥାଏ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମ୍ୟାଁମାର, ଥାଇଲାଣ୍ଡ, ଭିଏତନାମ ଓ ମାଲେସିଆର ପ୍ରତିପକ୍ଷଙ୍କୁ ମଧ୍ୟ ଭେଟିଛନ୍ତି । ସେ ଏହା ଭିତରେ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସେ ଲାଓସ୍ ଏବଂ ସିଙ୍ଗାପୁର ଯାଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *