ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି

Spread the love

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଗତ ସପ୍ତାହେ ମଧ୍ୟ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ଚିକିତ୍ସା କରାଯାଇ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଚଳିତବର୍ଷ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଭବନ ପରିବର୍ତ୍ତେ ତାଙ୍କ ବାସଭବନରେ ପହଞ୍ଚି ଆଡଭାନୀଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave a Reply

Your email address will not be published. Required fields are marked *