ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଜିଲ୍ଲାର ଘୋଲଥିରରେ ଅଳକନନ୍ଦା ନଦୀରେ ଏକ ସମ୍ପୂର୍ଣ୍ଣ ବସ୍ ବୁଡ଼ି ଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛ । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି ।ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ SDRF ଦଳ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ ବର୍ତ୍ତମାନ ୧୧ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ।
ସୂଚନା ଅନୁଯାୟୀ, ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଘୋଲଥିର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ଏକ ମିନି ବସ୍ ଖାଇକୁ ଖସି ପଡ଼ିଥିଲା । ବସରେ ୧୯ ଜଣ ଥିଲେ, ଯେଉଁଥିରୁ ୭ ଜଣ ବସ୍ରୁ ବାହାରକୁ ଡେଇଁ ପଡ଼ିଥିଲେ । ବସର ଅନ୍ୟ ଲୋକମାନେ ନଦୀରେ ବୁଡ଼ି ଯାଇଥିଲେ । କୁହାଯାଉଛି ଯେ କେଦାରନାଥରୁ ଯାତ୍ରା କରିବା ପରେ ଯାତ୍ରୀମାନେ ରୁଦ୍ରପ୍ରୟାଗରେ ରାତିସାରା ରହିଥିଲେ। ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ କିନ୍ତୁ ଗୋଚର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ବସ୍ଟି ଖାଇକୁ ଖସି ପଡ଼ିଲା ଏବଂ ତା’ ପରେ ଅଳକନନ୍ଦା ନଦୀରେ ବୁଡ଼ିଗଲା ।
ଆପଣଙ୍କୁ କହି ରଖୁଛୁ ଯେ ଗତ କିଛି ଦିନ ଧରି କେଦାରନାଥ ଏବଂ ରୁଦ୍ରପ୍ରୟାଗର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକାନନ୍ଦା ନନ୍ଦୀରେ ପାଣିର ପ୍ରବାହ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏପରି ପରିସ୍ଥିତିରେ, ବସଟି ଖସିପଡ଼ିବା ଯୋଗୁଁ ଏହାର ପ୍ରଖର ସ୍ରୋତରେ ଅନେକ ଯାତ୍ରୀ ଭାସି ଯାଇଥିବା କୁହାଯାଉଛି ।
ପୋଲିସ ମୁଖ୍ୟାଳୟର ମୁଖପାତ୍ର ଆଇଜି ନିଲେଶ ଆନନ୍ଦ ଭରଣେ କହିଛନ୍ତି, ”ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲାଥିର ଅଞ୍ଚଳରେ ଏକ ବସ୍ ନିୟନ୍ତ୍ରଣ ହରାଇ ଅଳକନନ୍ଦା ନଦୀକୁ ଖସି ପଡ଼ିଲା । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବସରେ ୧୮ ଜଣ ଲୋକ ଥିଲେ ।”

Naxatra News is now on Whatsapp
Join and get latest news update delivered to you via whatsapp
Join Now