ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବେ ଅଲ୍ଲୁ

ହାଇଦ୍ରାବାଦରେ ପୁଷ୍ପା ୨ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ୍ । ସେ ଟ୍ବିଟ କରି କହିଛନ୍ତି , ମୁଁ କଥା ଦେଉଛି କି ଏଭଳି ସମୟରେ ସେମାନେ ଏକା ନୁହଁନ୍ତି । ଏଭଳି ସମୟରେ ମୁଁ ତାଙ୍କ ସହ ଅଛି । ଏବଂ ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତ ଘୋଷଣା କରିଛନ୍ତି । ମୃତକ ପରିବାରର ଅଭିଯୋଗ ଭିତ୍ତି କରି ଚିକ୍କଡପଲ୍ଲି ପୋଲିସ ଷ୍ଟେସନରେ ଅଲ୍ଲୁ ଅର୍ଜୁନ ତାଙ୍କ ସୁରକ୍ଷା ଦଳ ଏବଂ ସିନେମା ହଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରଜ୍ଜୁ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *