ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ

Spread the love

ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଜାମୁ କାଶ୍ମୀର ବାଲାତାଲ ବେସ୍ କ୍ୟାମ୍ପରୁ ପ୍ରଥମ ବ୍ୟାଚ ତୀର୍ଥ ଯାତ୍ରୀ ବାହାରିଛନ୍ତି । ହର ହର ମହାଦେବ ଓ ବମ୍ ବମ୍ ଭୋଲେ ଧ୍ୱନିରୁ ଆରମ୍ଭ ହୋଇଛି ଯାତ୍ରା । ପବିତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। ପ୍ରଥମ ବ୍ୟଚ ପାଇଁ ୪ ହଜାର ୬୦୩ ତୀର୍ଥଯାତ୍ରୀ ପଞ୍ଜିକରଣ କରିଥିଲେ । ତୀର୍ଥଯାତ୍ରୀମାନେ ବାଲାତାଲ ବେସ୍ କ୍ୟାମ୍ପରୁ ପବିତ୍ର ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବେ । ସେଠାରେ ବରଫ ଶିବଲିଙ୍ଗ ରୂପରେ ବିରାଜିତ ଭୋଳା ବାବାଙ୍କୁ ଦର୍ଶନ କରିବେ । ଅମରନାଥ ଗୁମ୍ଫା ମହାଦେବଙ୍କର ସବୁଠାରୁ ପବିତ୍ର ସ୍ଥାନ ।

Leave a Reply

Your email address will not be published. Required fields are marked *