ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୧୨ଜଣଙ୍କ ମତ୍ୟୁ

ଆସାମରେ ବନ୍ୟା ବିତ୍ପାତ। ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ମୋଟ ୧୨ରେ ପହଞ୍ଚିଛି। ଜୀବଜନ୍ତୁ ସହ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ୨୬ ଜିଲ୍ଲାର ପ୍ରାୟ ୨୩ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।  ସେହିପରି କାଜିରଙ୍ଗା ଉଦ୍ୟାନରେ ୧୫୯ ବନ୍ୟଜନ୍ତୁ ପାଣିରେ ବୁଡି ମରିଥିବା ବେଳେ ୧୩୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସେପଟେ ବନ୍ୟା ସ୍ଥିତିରେ ସୁଧାର ଆସୁଥିବା ବେଳେ ରେସ୍କ୍ୟୁ ମିଶନକୁ ଜୋରଦାର କରାଯାଇଛି।  ୨୯ ଜିଲ୍ଲାର ପ୍ରାୟ ୨୩,୯୬,୬୪୮ ଲକ୍ଷ ଲୋକ ପ୍ରଭାବିତ ହେବା ସହ ୬୮, ୭୬୮.୫ ଫସଲ ଜଳମଗ୍ନ ହୋଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *