ଛତିଶଗଡ଼ରେ ଏନକାଉଣ୍ଟର ; ୭ ନକ୍ସଲ ନିପାତ

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା । ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୭ ନକ୍ସଲ । ଆଜି ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିବା ଗୁଳି ବିନିମୟ ପୁଲିସକୁ ସଫଳତା ମିଳିଛି । ସୂଚନା ଅନୁସାରେ ଛତିଶଗଡର ଦନ୍ତେୱାଡା ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ ଅଞ୍ଛଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ନିହିତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ତେବେ ଖବର ଲେଖା ହେବା ସୁଦ୍ଧା ସ୍ଥାନୀୟ ଅଞ୍ଛଳରେ ଏନକାଉଣ୍ଟର ଜାରି ରହିଥିଲା । ନକ୍ସଲ ପାଲଟା ଆକ୍ରମଣ କରିଥିଲେ ମଧ୍ୟ ସମସ୍ତ ସୁରକ୍ଷିତ ଥିବା ଦନ୍ତେୱାଡା ଏସିପି ସୂଚନା ଦେଉଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *