ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ କରାଯାଇଛି ।ରାଜ୍ୟ ବିଧାନସଭାର ସପ୍ତାହବ୍ୟାପୀ ଶୀତ ଅଧିବେଶନ ଡିସେମ୍ବର ୧୬ ସୋମବାର ଠାରୁ ନାଗପୁରରେ ଆରମ୍ଭ ହେବ। ଦେବେନ୍ଦ୍ର ଫଡନାଭିସଙ୍କ ନୂତନ କ୍ୟାବିନେଟ ପାଇଁ ରବିବାର ଶପଥ ଗ୍ରହଣ କରିବାକିଥିବା ବିଧାୟକଙ୍କ ପାଖକୁ ଫୋନ୍ କଲ୍ ଯାଇଛି।
ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଉପରେ ବିଜେପି ନେତା ମାଧୁରୀ ମିସାଲ କହିଛନ୍ତି, “ମୁଁ ଜାଣିବାକୁ ପାଇଲି ଯେ, ମୋର ନାମ ତାଲିକାରେ ଅଛି। ଆମେ ଅପରାହ୍ନ ୪ ଟାରେ ଶପଥ ଗ୍ରହଣ କରିବୁ। ଆମ ସରକାର ସର୍ବଦା ମହିଳାଙ୍କୁ ସମ୍ମାନ ଦେଇ ଆସୁଛନ୍ତି। ଲାଡଲି ବହେନ ଯୋଜନା ମାଧ୍ୟମରେ ସମଗ୍ର ରାଜ୍ୟର ମହିଳାମାନେ ସମ୍ମାନ ପାଇବାକୁ ଯାଉଛନ୍ତି ଏବଂ ୩ ମହିଳାଙ୍କ ନାମ ମଧ୍ୟ ସମାଜରେ ସମ୍ମାନ ପାଇବାକୁ ଯାଉଛି, ଦଳର ନେତୃତ୍ୱ ଆମକୁ ଯାହା ଦାୟିତ୍ବ ଦେବେ ତାହା ଆମେ ପୂରଣ କରିବୁ।
ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଉପରେ ବିଜେପି ନେତା ଗିରିଶ ମହାଜନ କହିଛନ୍ତି, ଦଳର ସର୍ବୋଚ୍ଚ ନେତୃତ୍ୱ, ଆମ ଅଧ୍ୟକ୍ଷ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ମୁଁ କୃତଜ୍ଞତା ଜଣାଉଛି। ମୋତେ ମନ୍ତ୍ରୀ ଭାବରେ ଶପଥ ନେବାକୁ ପଡିବ ବୋଲି ମୁଁ ଫୋନ୍ କଲ୍ ପାଇଛି। ଏଥିପାଇଁ ସମସ୍ତ ଅଧିକାରୀଙ୍କ ନିକଟରେ ମୁଁ କୃତଜ୍ଞ । ମୋତେ ଅପରାହ୍ନ ୪ ଟାରେ ଶପଥ ନେବାକୁ କୁହାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now