ଜାମ୍ମୁ-କାଶ୍ମୀରରେ ଗୁଳିବିନିମୟ, ୩ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ୨ଟି ପୃଥକ ସ୍ଥାନରେ ଗୁଳିବିନିମୟ। ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଙ୍ଗଧର ଏବଂ ମାଚିଲ ନିକଟ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷା କର୍ମୀଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଭାରତୀୟ ସେନା ଏବଂ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବାକୁ ଏଲଓସି ନିକଟରେ ମିଳିତ ଅଭିଯାନ ଜାରି ରହିଛି। ବୁଧବାର ବିଳମ୍ବିତ ରାତିରେ କିଛି ଆତଙ୍କବାଦୀ ମାଚିଲ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସୀମାରେ ପାଟ୍ରୋଲିଂ କରାଯାଇଥିଲା। ଏଲଓସି ନିକଟରେ କିଛି ସନ୍ଦିଗ୍ଧ ଏପଟସେପଟ ହେଉଥିବାବେଳେ ଯବାନମାନେ ଗୁଳି ଚଳାଇଥିଲେ। ଏହି ଘଟଣାରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ତାଙ୍ଗଧର ଅଞ୍ଚଳରେ ଅନୁରୂପ ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *