ଷ୍ଟେଜରେ ନାଚୁଥିଲେ। ଆଉ ନାଚୁ ନାଚୁ ଅଚାନକ ଟଳିପଡ଼ିଲେ। ନିଜର ସମ୍ପର୍କୀୟଙ୍କ ବାହାଘରରେ ନାଚୁଥିଲା ବେଳେ ୨୩ ବର୍ଷୀୟା ଯୁବତୀ ପରିଣିତା ଜୈନ ହୃଦଘାତର ଶୀକାର ହୋଇଥିଲେ। ଆଉ ସେହି ମଞ୍ଚରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ଆଉ ଦେଖୁ ଦେଖୁ ହର୍ଷୋଲ୍ଲାସ ପରିବେଶ ଦୁଃଖରେ ପରିଣତ ହୋଇଯାଇଥିଲା। ମାମୁଙ୍କ ଝିଅର ବାହାଘରରେ ସାମିଲ୍ ହେବାକୁ ମଧ୍ୟପ୍ରଦେଶର ବିଦିଶା ଯାଇଥିଲେ ପରିଣିତା। ଇନ୍ଦୋର ସାଉଥ୍ ତୁକୋଗଞ୍ଜର ନିବାସୀ ସୁରେନ୍ଦ୍ର ଜୈନଙ୍କ ଝିଅ ପରିଣିତା। ସୁରେନ୍ଦ୍ରଙ୍କ ଘରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିଯାଇଛି। ୧୨ ବର୍ଷ ତଳେ ପରିଣିତାଙ୍କ ଭାଇ ସାଇକେଲ ଚଳାଉଥିଲା ବେଳେ ଅଚାନକ ହୃଦଘାତରୁ ମୃତ୍ୟୁ ହୋଇସାରିଛି। ଡ୍ୟାନ୍ସ ଫ୍ଲୋରରେ ପରିଣିତା ଏମିତି ନାଚୁଥିଲେ ଯେ, ତାଳି ମାଡ଼ରେ ଫାଟି ପଡୁଥିଲା ରିସୋର୍ଟ। କିନ୍ତୁ ମାତ୍ର ୩ ମିନିଟରେ ହାହାକାର ପଡ଼ିଗଲା। କେହି କିଛି ବୁଝିବା ଆଗରୁ ମଞ୍ଚରେ ମୁହଁ ମାଡ଼ି ପଡ଼ିଗଲେ। ଅନ୍ୟମାନେ ଭାବୁଥିଲେ, ହୁଏତ ଏହା ଡ୍ୟାନ୍ସ ପରଫର୍ମାନ୍ସର ଏକ ପାର୍ଟ ଥିବ। ବେହୋସ ହୋଇ ପଡ଼ିରହିବାରୁ ତୁରନ୍ତ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ଡାକ୍ତର ପରିଣିତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରିବାର ଲୋକଙ୍କ କହିବା କଥା, ପରିଣିତାଙ୍କୁ ସେମିତି କୌଣସି ଗମ୍ଭୀର ବେମାର ନଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ବେତବା ନଦୀ ପାଖରେ ପରିଣିତାଙ୍କ ଅନ୍ତିମ ସଂସ୍କାର ହୋଇଛି।ସେପଟେ ବିବାହ ବିନା ଯାକଜମକରେ କେବଳ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ତେବେ ଅଚାନକ ସୁସ୍ଥ ସବଳ ଲୋକଙ୍କୁ ହାର୍ଟ-ଆଟାକ୍ ଆସୁଛି କାହିଁକି। ଏହାକୁ ନେଇ ସମସ୍ତେ ଚିନ୍ତିତ। ଏମିତିରେ ଦେଖିବାକୁ ଗଲେ ମହିଳାଙ୍କୁ ହିଁ ଅଧିକ ହାର୍ଟଆଟାକ୍ ଆସୁଛି।
ଏମିତିରେ କୁହାଯାଏ, ମହିଳା ହରମୋନ୍ ସୁରକ୍ଷା କାରଣରୁ ଅଧିକ ହୃଦରୋଗରେ ପଡିନଥାଆନ୍ତି। କିନ୍ତୁ ଏହା ବାସ୍ତବରେ ସେମିତି ଘଟୁନି। ଇଣ୍ଡିଆନ ଜର୍ଣ୍ଣାଲ ଅଫ ହାର୍ଟରେ ବି ଯେଉଁ ଆର୍ଟିକିଲ ପ୍ରକାଶିତ ହୋଇଛି, ସେଠାରେ କୁହାଯାଇଛି- ଯେଉଁ ମହିଳାଙ୍କ ପିରିୟଡ୍ ହୁଏ, ସେମାନଙ୍କଠାରେ ହାର୍ଟଆଟାକର ରିସ୍କ ଏକ ପୁରୁଷ ସହ ସମାନ ହୋଇଥାଏ। ଏମିତିରେ ମହିଳାଙ୍କଠାରେ ହୃଦଘାତ୍ ପୁରୁଷଙ୍କ ତୁଳନାରେ ୧୦ ବର୍ଷ ପରେ ଆସିଥାଏ। ପୁରୁଷଙ୍କ ଛାତି ଯନ୍ତ୍ରଣା, ରକ୍ତଚାପ, ମାନସିକ ଚିନ୍ତା, ମଧୁମେହ, ବାମ ହାତରେ ଦରଦ ଆଦି ହାର୍ଟ-ଆଟାକର ଲକ୍ଷଣକୁ ସୂଚାଇଥାଏ। ସେମିତି ମହିଳା ବିଚଳିତ ହେବା, ବାନ୍ତି ଓ ଥକ୍କାପଣର ଲକ୍ଷଣ ବି ସମ୍ଭାବ୍ୟ ହାର୍ଟ-ଆଟାକକୁ ଇଙ୍ଗିତ କରିଥାଏ। ହାର୍ଟ-ଆଟାକର ଲକ୍ଷଣକୁ ଅନେକ ସମୟରେ ଅଣଦେଖା ଜୀବନ ପ୍ରତି ବିପଦ ଆଣିଥାଏ। ଏହି ରୋଗ ସାଇଲେଣ୍ଟ କିଲର ସାଜିଛି। ଏମଆଇ ବା ମାୟୋକାର୍ଡିଓଲ ଇମ୍ଫାକ୍ରସନ ହାର୍ଟ-ଆଟାକରୁ ମୃତ୍ୟୁରେ ବଡ଼ ଭୂମିକା ନିର୍ବାହ କରେ। ହୃଦଘାତଜନିତ ମୃତ୍ୟୁର ହାର ଭାରତରେ ସର୍ବାଧିକ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now