କ୍ୟାନ୍ସର ଭିତରେ ନିଜର ବିଗୁଡୁଥିବା ସ୍ବାସ୍ଥ୍ୟବସ୍ଥାକୁ ନେଇ ଅଭିନେତ୍ରୀ ହୀନା ଖାନ୍ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ୱେବସିରିଜ୍ ‘ଗୃହଲକ୍ଷ୍ମୀ’ କୁ ନେଇ ଲଗାତାର ପ୍ରମୋଶନ୍ କରୁଥିବା ହୀନାଙ୍କ ବିଗୁଡୁଥିବା ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଫ୍ୟାନ୍ସ । ତେବେ ନିକଟରେ ହୀନା ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି । ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି ଏବଂ କାନ୍ଦି କାନ୍ଦି କହୁଛନ୍ତି ମୁଁ ନିୟମିତ ମେଡିସିନ୍ ଖାଉଛି କିନ୍ତୁ କିଛି ବି ମେଡିସିନ୍ କାମ କରୁନାହିଁ । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ଷ୍ଟେଜ୍ – ୩ ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡିତ ହୀନା ଜିଇଁବାର ଆଶା ଛାଡୁଥିବା ଦେଖି ‘ଷ୍ଟେ ଷ୍ଟ୍ରଙ୍ଗ୍ ଶେର୍ ଖାନ୍’ ବୋଲି କହୁଛନ୍ତି ତାଙ୍କର ଶୁଭଚିନ୍ତକ । ଆପଣଙ୍କୁ ଏଠାରେ କହିରଖୁଛୁ ହୀନା ଖାନଙ୍କୁ ପ୍ରଶଂସକ ଶ୍ରଦ୍ଧାରେ ଶେର୍ ଖାନ୍ ବୋଲି ମଧ୍ୟ କୁହନ୍ତି ।
ହୀନା ନିଜ ସୋସିଆଲ୍ ମିଡିଆ ସାଇଟରେ ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର୍ କରିଥାନ୍ତି । ନିକଟରେ ସେ ଇଣ୍ଡିଆଜ୍ ବ୍ରେଷ୍ଟ୍ ଡ୍ୟାନ୍ସରରେ ପହଂଚି ନିଜ କ୍ୟାନ୍ସରର କାହାଣୀ ସମସ୍ତଙ୍କୁ କହିଥିଲେ । କଷ୍ଟକର କ୍ୟାନ୍ସରକୁ ସେ କେମିତି ମୁକାବିଲା କରୁଛନ୍ତି କହିବାବେଳେ ସେ ଭାବୁକ ହୋଇପଡୁଥିଲେ । ବର୍ତ୍ତମାନ ପୁଣିଥରେ ତାଙ୍କର ସେଭଳି ଏକ ଭିଡ଼ିଓ ଦେଖି ଫ୍ୟାନ୍ସଙ୍କ ମନ କଷ୍ଟ ହେଉଛି । ଭିଡ଼ିଓରେ ସେ କହୁଛନ୍ତି ‘ଏବେ କିଛି ଔଷଧ କାମ ହିଁ କରୁନି , ଯାହା ପୂର୍ବରୁ ଥିଲା ଏବେ ବି ଠିକ୍ ସେମିତି ହିଁ ଅଛି । କ୍ୟାନ୍ସର ମୁକାବିଲା ଏକ ଲମ୍ବା ପ୍ରୋସେସ୍ , କିନ୍ତୁ କ’ଣ କରିବା ଏଇତ ଜୀବନ ।’ ହୀନାଙ୍କ ଏହି ଭାବୁକପୂର୍ଣ୍ଣ ଭିଡ଼ିଓରେ ୟୁଜର୍ସ ଇମୋସନାଲ୍ ହୋଇ ଭଗବାନ ତାଙ୍କୁ ଜଲଦି ଠିକ୍ କରିଦେବା ପାଇଁ ପ୍ରାର୍ଥନା କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now