କାନାଡାରେ ଗୁଳିକାଣ୍ଡ। ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ୨୦ ବର୍ଷୀୟ ଯୁବକ ପଞ୍ଚାବର ବାସିନ୍ଦା ହର୍ଷଦୀପ ସିଂ ବୋଲି ଜଣାପଡିଛି। ସେଠାରେ ସେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ। କାନାଡାକୁ ପଢିବାକୁ ଯାଇଥିବା ସୂଚନା ମିଳିଛି। ନିଜର ଗୁଜୁରାଣ ମେଣ୍ଟାଇବାକୁ ସେ ସୁରକ୍ଷାକର୍ମୀ ଭାବରେ କାମ କରୁଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଅଭିଯୁକ୍ତ ହେଲେ ଇଭାନ ରେନ ଏବଂ ଜୁଡିଥ ସୋଲଟୋ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଶୁକ୍ରବାର ଏଡମଟନ ସ୍ଥିତ ଏକ ଆପାର୍ଟମେଣ୍ଟରେ ହର୍ଷଦୀପ ସିଂଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ପରେ ପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୁଳିମାଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now