ସୁପ୍ରିମକୋର୍ଟରେ ଶୁଣାଣୀ ହେବ ଇଶା ଫାଉଣ୍ଡେସନ ମୁଖ୍ୟ ସଦଗୁରୁଙ୍କ ମାମଲା

ଇଶା ଫାଉଣ୍ଡେସନ ମୁଖ୍ୟ ସଦଗୁରୁଙ୍କ ମାମଲାକୁ ମାଡ୍ରାସ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର ହେଲା। ଇଶା ଫାଉଣ୍ଡେସନ ବିରୁଦ୍ଧରେ କେତେ ଅପରାଧିକ ମାମଲା ରୁଜୁ ହୋଇଛି, ତାହାର ବିସ୍ତୃତ ରିପୋର୍ଟ ହାଇକୋର୍ଟ ତାମିଲନାଡ଼ୁ ସରକାରଙ୍କୁ ମାଗିବାର ଦୁଇ ଦିନ ପରେ ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗି ବାସୁଦେବଙ୍କ ମାମଲା ଏଣିକି ସୁପ୍ରିମକୋର୍ଟରେ ଶୁଣାଣୀ ହେବ। ନିଜର ୩୯ ଓ ୪୨ ବର୍ଷୀୟା ଦୁଇ ଝିଅଙ୍କୁ ବ୍ରେନଓ୍ୱାସ୍ କରି କୋଏମ୍ୱାଟୋରରେ ଥିବା ଇଶା ଯୋଗକେନ୍ଦ୍ରରେ ରହିବାକୁ ବାଧ୍ୟ କରାଯାଉଛି ବୋଲି ଜଣେ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ଏସ.କାମରାଜ ଆରୋପ ଲଗାଇଥିଲେ କି, ଇଶା ଫାଉଣ୍ଡେସନ ବିରୁଦ୍ଧରେ ଅନେକ ଅପରାଧିକ ମାମଲା, ଯୌନବ୍ୟଭିଚାର ମାମଲା ଗଡ଼ୁଛି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେପି ପର୍ଦ୍ଦିଓ୍ୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ। ଦୁ଼୍ଇ ମହିଳାଙ୍କ ସହ ଭର୍ଚ୍ଚୁଆଲରେ ବି କଥା ହୋଇଥିଲେ ଖଣ୍ଡପୀଠ। ଦଇ ଭଉଣୀ କହିଥିଲେ, ସେମାନେ ନିଜ ଇଛାରେ ଆଶ୍ରମରେ ରହୁଛନ୍ତି। ଉଭୟ ଭଉଣୀ ୨୪ ଓ ୨୭ ବର୍ଷର ହୋଇଥିଲା ବେଳେ ଆଶ୍ରମ ସହ ଜଡ଼ିତ ଥିଲେ। ସେମାନେ ଆଶ୍ରମରେ ଇଛାରେ ରହୁଛନ୍ତି ଓ ଆଶ୍ରମ ବାହାରକୁ ବି ବିନା କୌଣସି ପ୍ରତିବନ୍ଧକରେ ଯାଇପାରୁଛନ୍ତି। ଆଉ ସବୁ ଶୁଣିବା ପରେ ମାମଲାକୁ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର କରିବାକୁ ନିର୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଅରିଜିନାଲ ଆବେଦନକାରୀ ଭର୍ଚ୍ଚୁଆଲରେ କିମ୍ୱା ନିଜ ଓକିଲଙ୍କ ଜରିଆରେ ହାଜର ହେବେ। ପୁଲିସ ନିଜର ଷ୍ଟାଟସ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବ। ହାଇକୋର୍ଟଙ୍କ ନିର୍ଦେଶର ଆଳ ନେଇ ପୁଲିସ ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବନି ବୋଲି ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *