ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ: ୭ ଜଣଙ୍କ ମୃତ୍ୟୁ

ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ। ଲଗାତାର ବର୍ଷା କାରଣରୁ ରାଜ୍ୟର ପ୍ରାୟ ଅଞ୍ଚଳରେ ଭୂସ୍ଖଳନ ହେବାରେ ଲାଗିଛି । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ଦକ୍ଷିଣ ତ୍ରିପୁରାର ଦେବୀପୁର ଜିଲ୍ଲାରେ ସୋମବାର ରାତି ସାରା ବର୍ଷା ଲାଗି ରହିଥିଲା । ରାଜ୍ୟରେ ବିଭିନ୍ନ ସ୍ଥାନରେ ସୋମବାର ଠାରୁ ଲଗାତାର ବର୍ଷା ଲାଗି ରହିଛି । ବର୍ଷା ପରେ ଭୂସ୍ଖଳନ ହୋଇଛି । ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ମାଟି ତଳେ ପୋତି ହୋଇ ଦୁଇ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଟିମ୍ ଚେଷ୍ଟା ଜାରି ରଖିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *