ଆଦାନୀକୁ ତୁରନ୍ତ ଟଙ୍କା ନଦେଲେ ଭାରତ ବିଦ୍ୟୁତ ଯୋଗାଣ ବନ୍ଦ କରିଦେବ। ଏମିତି ଆଶଙ୍କା କରି ତୁରନ୍ତ ଏହାର ସମାଧାନ ନେଇ ଚିନ୍ତାପ୍ରକଟ କରିଛନ୍ତି ଅନ୍ତରୀଣ ସରକାରରେ ବାଂଲାଦେଶ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ଆହସନ ଏଚ.ମନସୁର। ବାଂଲାଦେଶ ଉପରେ ୮ଶହ ମିଲିୟନ ଡଲାରରୁ ଅଧିକ ଟଙ୍କା ବାକି ପଡ଼ିଛି। ଝାଡ଼ଖଣ୍ଡର କୋଲ୍ ଫାୟାର୍ଡ ପ୍ଲାଣ୍ଟ ତଥା ବିଦ୍ୟୁତୀକରଣ ପାଇଁ ଆଦାନୀ ପାଓ୍ୱାର ଲିମିଟେଡ ଉପରେ ନିର୍ଭରଶୀଳ ବାଂଲାଦେଶ ଏବେ ଭାରତ ସରକାରଙ୍କ ସହ ବୁଝାମଣା କରିବାକୁ ଆଗେଇ ଆସିଛି। ତ୍ରିପୁରାକୁ ବି ବାଂଲାଦେଶ ବିଦ୍ୟୁତ୍ ବକେୟା ବାବଦରେ ଶହେ କୋଟି ଟଙ୍କା ଦେବାର ଅଛି। ୨୦୨୨ରେ ଗୋଡ୍ଡା ବିଜୁଳି ପରିଯୋଜନା ଆରମ୍ଭ ହୋଇଥିଲା। ଶେଖ୍ ହାସିନାଙ୍କ ସରକାର ଗଲା ପରେ ଏବେ ଘୋର୍ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବାଂଲାଦେଶ।
Naxatra News is now on Whatsapp
Join and get latest news update delivered to you via whatsapp
Join Now