“ କମ୍ ଜନସଂଖ୍ୟା ବଢାଇବ ବିପଦ”

ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ପରିବାରର ଗୁରୁତ୍ୱ ବୁଝାଇଛନ୍ତି । ଏବଂ ପ୍ରତି ପରିବାରରେ ୩ଟି ସନ୍ତାନ ଜନ୍ମ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି । ତାଙ୍କ ମତରେ ୨.୧ ତଳକୁ ଯଦି ଟିଏଫଆର କମୁଛି ତାହା ସମାଜକୁ ଧ୍ୱଂସ କରିଦେବ। କୁଟୁମ୍ୱର ପରିଭାଷା ବଦଳାଇବ । ଆଉ ଟିକେ ଆଗକୁ ଯାଇ ସେ କହିଛନ୍ତି ଯେ ସମ୍ପ୍ରଦାୟ ମଧ୍ୟରେ ଜନସଂଖ୍ୟା ଅସନ୍ତୁଳନ ଭୌଗୋଳିକ ସୀମାକୁ ମଧ୍ୟ ପ୍ରଭାବିତ କରିପାରେ । ଏହାର ପ୍ରତିକ୍ରିୟାରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି ଏବେ କ’ଣ ଦେଶରେ ସନ୍ତାନ ଜନ୍ମ କରିବା ପାଇଁ ସ୍କିମ ବାହାର କରାଯିବ କି। ଏବଂ ସନ୍ତାନ ଜନ୍ମ କଲେ ପ୍ରୋତ୍ସାହନ ରାଶି ବ୍ୟାଙ୍କ ଆକାଉଣ୍ଟକୁ ପଠେଇବାର ଯୋଜନା ସରକାର କରିବାକୁ ଯାଉଛନ୍ତି କି । ଆହୁରି ମଧ୍ୟ କହିଛନ୍ତି ଯେ ଏବେ ପ୍ରତି ସମ୍ପ୍ରଦାୟରେ ଟିଏଫଆର ବା ଟୋଟାଲ ଫର୍ଟିଲିଟି ରେଟ୍ କମିଛି। ସର୍ବାଧିକ ମୁସଲିମ ସମ୍ପ୍ରଦାୟରେ ତାହା ହ୍ରାସ ପାଇଥିବା ସତ୍ତ୍ୱେ ହିନ୍ଦୁଙ୍କ ଠାରୁ ପ୍ରଜନନ ହାର ଅଧିକ ଅଛି । ତେଣୁ ମତ ପଛର ଅସଲ ଉଦ୍ଦେଶ୍ୟ କିଛି ଭିନ୍ନ ରହିଛି । ଏହି ମତାମତକୁ କେବଳ ଓୱେସି ନୁହଁନ୍ତି ବିରୋଧୀ ଶିବିରରୁ ମଧ୍ୟ ସମାଲୋଚନା କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *