ମଙ୍କିପକ୍ସ ପ୍ରଥମ ଟୀକାକୁ “WHO” ର ଅନୁମତି

ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିଥିବା ମଙ୍କିପକ୍ସକୁ ରୋକିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ଡେନ୍ମାର୍କର ବାୟୋଟେକ୍ କମ୍ପାନୀ ବାଭାରିଆନ୍ ନର୍ଡିକ୍ର ଏମ୍ଭିଏ-ବିଏନ୍ ଏମ୍ପକ୍ସ ଟିକାକୁ ଶୁକ୍ରବାର ମଞ୍ଜୁରି ଦେଇଛି । ଏହା ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ ଡବ୍ଲ୍ୟୁଏଚ୍ଓର ତାଲିକାରେ ସାମିଲ ହୋଇଛି ।ଏମ୍ପକ୍ସ ବିରୋଧରେ ଏହି ଟିକାର ପ୍ରିକ୍ୱାଲିଫିକେସନ ଆଫ୍ରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଲଢ଼େଇକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଶା ଦେଖାଇବ ବୋଲି ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଅଧୋନମ୍ କହିଛନ୍ତି । ଏବେ ଟିକାର ବଡ଼ ମାତ୍ରାରେ ଉତ୍ପାଦନ ଏବଂ ସମାନ ଭାବେ ବଣ୍ଟନକୁ ସୁନିଶ୍ଚିତ କରିବାକୁ ପଡ଼ିବ । ବିଶେଷକରି ବହୁଳ ସଂକ୍ରମଣ ଥିବା ଦେଶଗୁଡ଼ିକୁ ଏହାକୁ ପ୍ରାଥମକିତା ଭିତ୍ତିରେ ପ୍ରଦାନ କରାଯିବା ଜରୁରି ବୋଲି ସେ ପ୍ରକାଶ କରିଛନ୍ତି ।

ଡବ୍ଲ୍ୟୁଏଚ୍ଓ ଅନୁସାରେ, ୧୮ ବର୍ଷ କିମ୍ବା ତଦୁଦ୍ଧ୍ୱର୍ ବୟସର ଲୋକଙ୍କୁ ଏହି ଟିକା ଦିଆଯାଇପାରିବ । ୪ ସପ୍ତାହ ବ୍ୟବଧାନରେ ଏହାର ଦୁଇଟି ଡୋଜ୍ ନେବାକୁ ପଡ଼ିବ । ଟିକାକୁ ୮ ସପ୍ତାହ ପାଇଁ ୨ରୁ ୮ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ । ୧୮ ବର୍ଷରୁ କମ୍ ବୟସର ଲୋକଙ୍କୁ ଟିକା ନେବାକୁ ଅନୁମତି ନ ଥିଲେ ହେଁ ଆବଶ୍ୟକ ସ୍ଥଳେ ଅର୍ଥାତ ଯେଉଁଠି ଟିକାକରଣର ଲାଭ ବିନା ଟିକାକରଣ ଜନିତ କ୍ଷତିଠାରୁ ଅଧିକ ଥିଲେ ଶିଶୁ ତଥା ପିଲାଙ୍କୁ ଦିଆଯାଇପାରିବ । ଏହାର ସିଙ୍ଗିଲ୍ ଡୋଜ୍ ୭୬% ପର୍ଯ୍ୟନ୍ତ ପ୍ରଭାବୀ । ଦୁଇଟି ଡୋଜ୍ର ପ୍ରଭାବ ୮୦% ରୁ ଊଦ୍ଧ୍ୱର୍ ରହିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *