ଭାରତରେ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ

ଭାରତରେ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ। ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ଭୟ।ମଙ୍କିପକ୍ସକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର। ସେ କହିଛନ୍ତି, “ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି।ଦେଶର ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ଆଲର୍ଟ ଜାରି କରାଯାଇଛି। ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।”

ବିଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍କିପକ୍ସ ସନ୍ଦେହରେ ଅଟକ ରଖାଯାଇଥିଲା। ସେ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାଙ୍କଠାରେ ଚିହ୍ନଟ ହୋଇଥିବା ମଙ୍କିପକ୍ସ ଭୂତାଣୁ ପଶ୍ଚିମ ଆଫ୍ରିକୀୟ କ୍ଲେଡ-୨ ବର୍ଗର। ତାଙ୍କୁ ଆଇସୋଲେସନରେ ରଖାଯାଇଛି।

ମଙ୍କିପକ୍ସ ହେଉଛି ଏକ ସଂକ୍ରାମକ ରୋଗ। ଆଫ୍ରିକୀୟ ଦେଶରୁ ବାହାରି ଥିବା ଏହି ଭାଇରସ ଏବେ ୟୁରୋପ ଓ ଆମରିକାରେ ପହଞ୍ଚି ଗଲାଣି। ବିଦେଶରୁ ଭାରତ ଆସିଥିବା ବ୍ୟକ୍ତିଙ୍କଠାରେ ସୋମବାର ଦିନ ମଙ୍କିପକ୍ସ ଚିହ୍ନଟ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *