ବିବାହରେ ବାନ୍ଧିହେଲେ ନିରଜ ଚୋପ୍ରା

ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୀରଜ ରବିବାର ରାତିରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ବିବାହରେ ତାଙ୍କର ନିକଟତମ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କ ବିବାହ ବିଷୟରେ ଆଲୋଚନା ବହୁତ ଦିନ ଧରି ଚାଲିଥିଲା।କିନ୍ତୁ ଏହାକୁ ଏବେ ସତ ହୋଇଛି । ନୀରଜ ତାଙ୍କ ପତ୍ନୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।ନୀରଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।” ନୀରଜଙ୍କ ବିବାହରେ କେବଳ ନିକଟତର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ କ୍ୟାପସନ ମାଧ୍ୟମରେ ତାଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ନୀରଜଙ୍କ ସ୍ତ୍ରୀଙ୍କ ନାମ ହିମାନୀ। ସେ କ’ଣ କରନ୍ତି ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *