ପୋପର ଲିକର ହେବ ନିରପେକ୍ଷ ଯାଞ୍ଚ : ରାଷ୍ଟ୍ରପତି

Spread the love

ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାକୁ ମିଳିତ ଭାବେ ସମ୍ୱୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପେପର ଲିକ୍ ରୋକିବାକୁ  ଆମ ସରକାର କଡ଼ା ଆଇନ ଆଣିଛନ୍ତି । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି । ଏଥିସହ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି,ଏବେ ସରକାର ଭାରତକୁ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଆଗକୁ ନେବାକୁ ଅଗ୍ରସର ହେଉଛନ୍ତି। ଚାଷୀଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାକୁ ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି କରିଛନ୍ତି ସରକାର । ସରକାରୀ ଯୋଜନାର ସମସ୍ତ ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି ।

Leave a Reply

Your email address will not be published. Required fields are marked *