ପଞ୍ଜାବରେ ଚାଷୀ ଆନ୍ଦୋଳନ ,ଟ୍ରେନ, ବସ ଯାତ୍ରୀବାହୀ ଯାନ ବନ୍ଦ

ପଞ୍ଜାବରେ ଆଜି ଚାଷୀ ବନ୍ଦ ଡାକରା ଦେଇଛନ୍ତି କିସାନ । ଟ୍ରେନ, ବସ ଯାତ୍ରୀବାହୀ ଯାନ ବନ୍ଦ ରହିବ । ରେଳ ଟ୍ରାକ ସହିତ ଯାତାୟତକୁ ରୋକିବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି । ଜନଜୀବନ ଉପରେ ଏହାର ବଡ ପ୍ରଭାବ ପଡିଛି । ସକାଳ ୭ଟାରୁ ୪ଟା ପଯ୍ୟନ୍ତ ରାସ୍ତା ଏବଂ ରେଳ ଚଳାଚଳ ବନ୍ଦ ରହିବ । ଏହି କାରଣରୁ ଉତ୍ତର ପ୍ରଦେଶ ଦେଇ ପଞ୍ଜାବକୁ ଯାଉଥିବା ୧୫୦ଟି ଟ୍ରେନ ବାତିଲ ହୋଇଛି ।୨୦୦ ରୁ ଅଧିକ ଟ୍ରେନ ପ୍ରଭାବିତ ହେବ । ଆଜି ଟ୍ରାକ ଉପରକୁ ଚାଷୀମାନେ ଓହ୍ଲାଇଛନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ , ହରିୟାଣା, ୟୁପ ଏବଂ ଏହାର ଆଖପାଖ ରାଜ୍ୟରୁ ପଞ୍ଜାବକୁ ଆସୁଥିବା ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଫସଲ ଉପରେ ଏମଏସିପ ଗ୍ଯାରେଣ୍ଟୀ ଆଇନ ସମେତ ୧୩ ଦାବି କରି ପଞ୍ଜାବ ବନ୍ଦ ଡାକରା ଦେଇଛନ୍ତି ଚାଷୀ ।ଯାହର ବଡ ପ୍ରଭାବ ପଡିଛି । ଚାଷୀ ଆନ୍ଦୋଳନରେ ଜନଜୀବନ ସମସ୍ୟାରେ ପଡିଛନ୍ତି । ଚାଷୀ ଆଜି ସକାଳ ୭ଟାରୁ ହାଇୱେ ବନ୍ଦ କରି ଦେଇଛନ୍ତି । ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜଲନ୍ଦର- ଦିଲ୍ଲୀ ଜାତୀୟ ରାଜପଥ ଏବଂ ଅମୃତସର-ଦିଲ୍ଲୀ ହାଇୱେର ଆନ୍ଦୋଳନରେ ବସିଛନ୍ତି ଚାଷୀ । ପଞ୍ଜାବରେ ୨୦୦ ସ୍ଥାନରେ ରୋଡ ଜାମ ହୋଇଛି । ମୋହାଲି ଏୟାରପୋର୍ଟ ରୋଡ ବ୍ଲକ କରି ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *