ଋଷ୍ ରାଷ୍ଟ୍ରପତି ପୁଟିନଙ୍କୁ କୁଣ୍ଢାଇ ଧରିଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଋଷ ଗସ୍ତରେ ଅଛନ୍ତି ଏବେ ମୋଦି। ତେବେ ଉଭୟଙ୍କ ଏହି ଆଲିଙ୍ଗନ ମୁଦ୍ରାକୁ ବରଦାସ୍ତ କରିପାରିନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭି.ଜେଲେନେସ୍କି। ବିଶ୍ୱର ସବୁଠୁ ବଡ଼ ହିଂସ୍ରିକ ଓ ଅପରାଧୀ ବୋଲି ପୁଟିନକୁ ବିବେଚନା କରିଛନ୍ତି ଜେଲେନେସ୍କି। ମସ୍କୋରେ ଉଭୟ ଦେଶର ନେତା ପରସ୍ପରକୁ ଆଲିଙ୍ଗନ କରିବା ଓ ହାତ ମିଳାଇବାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଜେଲେନେସ୍କି। ନିଜର ଏକ୍ସ-ରେ ଜେଲେନେସ୍କି ନିଜର ଅସନ୍ତୋଷ ଓଗାଳିଛନ୍ତି। ଏହି ସମାନ ଦିନରେ ଋଷ ୟୁକ୍ରେନ ଉପରେ ମିସାଇଲ୍ ଆଟାକ କରିବାରୁ ୩ଟି ପିଲାଙ୍କ ସମେତ ୩୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୭୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ। ଆହତଙ୍କ ଭିତରେ ୧୩ଜଣ ଶିଶୁ ଥିଲେ। ୟୁକ୍ରେନର କ୍ୟାପିଟାଲ ସିଟିରେ ଥିବା ସର୍ବବୃହତ୍ ଶିଶୁ ହସ୍ପିଟାଲରେ ମିସାଇଲ୍ ଆଟାକ୍ କରିଥିଲା ଋଷ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦେଶ ଭାରତର ପ୍ରଧାନମନ୍ତ୍ରୀ ଏଭଳି ଜଣେ ରକ୍ତର ହୋଲି ଖେଳୁଥିବା ଅପରାଧୀଙ୍କ ସହ ହାତ ମିଳାଇବା ତାଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି ଜେଲେନେସ୍କି। ଋଷ-ୟୁକ୍ରେନ ଯୁଦ୍ଧ ୨୦୨୨ରେ ଆରମ୍ଭ ହୋଇଥିଲା। ବିବାଦ ଆରମ୍ଭ ପରଠୁ ମୋଦିଙ୍କ ଏହା ଥିଲା ଋଷକୁ ପ୍ରଥମ ଗସ୍ତ। ଭାରତ ସର୍ବଦା ଋଷ-ୟୁକ୍ରେନ ଭିତରେ ଆଲୋଚନା, କୂଟନୀତିସ୍ତରରେ ସମାଧାନ ଲାଗି ଓକିଲାତି କରିଆସୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now