କିଛି ଦିନ ଧରି ରାହୁଲ ଗନ୍ଧୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜ ବିବାହ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜମ୍ମୁ କାଶ୍ମୀର ଗସ୍ତ ସମୟରେ କାଶ୍ମୀର ଛାତ୍ରୀମାନଙ୍କ ସହ ଆଲୋଚନା ସମୟରେ ନିଜ ବିବାହ ବିଷୟରେ କିଛି କହିଛନ୍ତି ରାହୁଲ ଗାନ୍ଧୀ। ତେବେ କେବେ କରିବେ ବିବାହ !
ସେ କହିଛନ୍ତି ବିବାହ କରିବାର କୌଣସି ଯୋଜନା ନାହିଁ , କିନ୍ତୁ ଯଦି ବିବାହ ହୁଏ ତେବେ ଠିକ୍ ଅଛି । ଗତ ୨୦ ରୁ ୩୦ ବର୍ଷ ମଧ୍ୟରେ ସେ ବିବାହ ଚାପରୁ ବାହାରି ଆସିଛନ୍ତି । ଗତ ସପ୍ତାହରେ କଂଗ୍ରେସ ସାଂସଦ ଜାମ୍ମୁ କାଶ୍ମୀର ଆସିଥିଲେ ସେତେବେଳେ ସେ ଏହି ବାଳିକାମାନଙ୍କ ସାମ୍ନାରେ ବିଭିନ୍ନ ପ୍ରସଙ୍ଗ ରେ ନିଜ ମତ ରଖିଥିଲେ । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଥିବା ସମ୍ପର୍କକୁ ନେଇ ପଚାରିବା ପରେ ସେ କହିଛନ୍ତି , ତାଙ୍କ ସହିତ ବ୍ୟକ୍ତିଗତ ଭାବରେ କୌଣସି ଶତୃତା ନାହିଁ । କିନ୍ତି ମୋର ଗୋଟିଏ ସମସ୍ୟା ଯେ ପ୍ରଧାନମନ୍ତ୍ରୀ ସେ କାହାରି କଥା ଶୁଣନ୍ତି ନାହିଁ। ମୋତେ ଏଭଳି ଲୋକ ପସନ୍ଦ ନୁହେଁ , ଯିଏ ଆରମ୍ଭରୁ ମାନିଯାଏ କି ସେ ସମ୍ପୂର୍ଣ୍ଣ ଠିକ୍ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now