ଉତ୍ତରାଖଣ୍ଡରୁ ନେଇ ଗୁଜୁରାଟ ସବୁଠି ବର୍ଷା ବିତ୍ପାତ

Spread the love

ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ହାହାକାର ପରିସ୍ଥିତି ଦେଖା ଦେଇଛି । ବିଶେଷ କରି ଉତ୍ତରାଖଣ୍ଡ ଓ ଗୁଜୁରାଟରେ ଭୀଷଣ ବନ୍ୟା ସ୍ଥତି ସୃଷ୍ଟି ହୋଇଛି । ମୌସୁମୀ ବର୍ଷାରେ ଉତ୍ତରାଖଣ୍ଡ, ଗୁଜୁରାଟ, ଆସାମ, ଅରୁଣାଚଳପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇପଡିଛି । ରବିବାର ବର୍ଷା ଯୋଗୁଁ ଡେରାଡୁନ୍ – ମସୁରୀ ହାଇୱେ କିଙ୍ଗ ବନ୍ଦ ହୋଇଯାଇଛି । ଏହା ମଧ୍ୟରେ ଅନେକ ଯାନବାହାନ ମଧ୍ୟ ଫସିରହିଥିବା ସୂଚନା ରହିଛି। ଏହାସହ ହରିଦ୍ୱାରରେ ମଧ୍ୟ ଭୀଷଣ ବର୍ଷା ଯୋଗୁଁ ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଛି । ଗତ ୨୪ ଘଣ୍ଟାରେ ବାଗେଶ୍ୱର, ନୈନିତାଲ ରୁଦ୍ରପୟାଗ ଓ ଚମୋଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଅନେକ ସ୍ଥାନରେ କାର ଗୁଡିକ ଭାସିଯାଉଥିବାର ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ ରାସ୍ତା ଧସିବାରୁ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟରେ ଏସଆରଏଫ ଓ ଏନଡିଆରଏଫ ନିୟୋଜିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *