ଆନ୍ଧ୍ରପ୍ରଦେଶରେ ଦୁଇଟି ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା : ୭ ମୃତ

ଆନ୍ଧ୍ରପ୍ରଦେଶରେ ଦୁଇଟି ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଉଭୟ ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ୱାଇଏସଆର କଡପା ଜିଲ୍ଲାରେ ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ଅନ୍ତିମ ସଂସ୍କାର ସାରି ସମସ୍ତେ ଫେରୁଥିଲେ। ୪ ମୃତକ ଚକ୍ରୟାପେଟ ମଣ୍ଡଳର କୋନେପଲ୍ଲୀ ଗ୍ରାମର ବାସିନ୍ଦା। ପୁଲିସ ସୂଚନା ଅନୁଯାୟୀ, ଗୁଭାଲଚେରୁଭୁ ଘାଟରୋଡ୍‌ରେ ଏକ କାର୍ ଓ କଣ୍ଟେନର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାର୍‌ରେ ବସିଥିବା ୪ ଜଣ ଓ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କାର୍‌ରେ ବସିଥିବା ବ୍ୟକ୍ତିମାନେ ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୁଲିସ କହିଛି। ସେହିପରି ଦ୍ବିତୀୟ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଧୁବୁରୁ ମଣ୍ଡଳର ଚିନ୍ତାଗୁଣ୍ଠା ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନେ କୁର୍ଣ୍ଣୁଲରୁ ତିରୁମାଲା ଅଭିମୁଖେ ଯାଉଥିଲେ। ପୁଲିସ ଏକ ମାମଲା ରୁଜୁ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *