କ୍ରିକେଟର ରୈନାଙ୍କ ଦାଦାଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଶାହାରୁଖ୍

କ୍ରିକେଟର ସୁରେଶ ରୈନାଙ୍କ ଦାଦା ଅଶୋକ କୁମାର ଓ ତାଙ୍କ ପୁଅ କୌଶଲଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କଲେ କୋର୍ଟ। ଅଗଷ୍ଟ ୨୦୨୦ରେ ଡକାୟତି ଉଦ୍ଦେଶ୍ୟରେ ପଠାନକୋଟ୍ ଘରକୁ ଯାଇଥିଲେ ଦୁର୍ବୃତ୍ତ। ଆଉ ଏହାକୁ ବିରୋଧ କରିବାରୁ ଅଶୋକ ଓ ତାଙ୍କ ପୁଅ କୌଶଲଙ୍କୁ ହତ୍ୟା କରିଥିଲେ ଡକାୟତ। କୋର୍ଟ ଏହାର ବିଚାର କରି ଅଭିଯୁକ୍ତ ଶାହାରୁଖ, ରିହାନ, ଅସଲମ, ତାଓ୍ୱାଜାଲ ବିବିଙ୍କ ସମେତ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ପ୍ରତି ଦୋଷୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ବି ଲଗାଇଛନ୍ତି ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *