ଟିମ୍ ଇଣ୍ଡିଆ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ କ୍ରିକେଟ୍ ଟିମ୍ ସହ ଫୋନ୍‌ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି। ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭର ପାଇଁ ଏବଂ ସୂର୍ୟ୍ୟକୁମାର ଯାଦବଙ୍କୁ ତାଙ୍କର କ୍ୟାଚ୍ ଧରିବା ପାଇଁ ପ୍ରଶଂସା କରିଛନ୍ତି ମୋଦି। ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି କ୍ରିକେଟର ଏହି କ୍ଷୁଦ୍ର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *