ଭିଷ୍ଟାରା ଏୟାରଲାଇନ୍ସରେ ଏଣିକି ଟିକଟ ବୁକିଂ ବନ୍ଦ

 ଏୟାର ଇଣ୍ଡିଆରେ ବିଲୟ ହେଲା ଭିଷ୍ଟାରା। ସେଥିଲାଗି ସେପ୍ଟେମ୍ୱର ୩ରୁ ଫ୍ଲାଇଟରେ ବୁକିଂ ସମ୍ଭବ ହେବନି ବୋଲି ସ୍ପଷ୍ଟ କରିଛି ଭିଷ୍ଟାରା। ନଭେମ୍ୱର ୧୧, ୨୦୨୪ ପରେ ଆଉ ଭିଷ୍ଟାରା ବିମାନକୁ ଆକାଶରେ ଦେଖିବାକୁ ମିଳିବନି। ଅର୍ଥାତ୍ ନଭେମ୍ୱର ୧୨, ୨୦୨୪ କି ତା ପରଠୁ କୌଣସି ଯାତ୍ରୀଙ୍କ ଟିକଟ ବୁକିଂ ହେବନି। ଭିଷ୍ଟାରାର ଶେଷ ବିମାନ ନଭେମ୍ୱର ୧୧କୁ ଉଡ଼ାଣ ଭରିବ। ଯାତ୍ରୀଙ୍କ ଅବଗତି ଲାଗି ପ୍ରେସରିଲିଜ ଜରିଆରେ ଜଣାଇଦେଇଛି ଭିଷ୍ଟାରା। ଏଣିକି ଏୟାର ଇଣ୍ଡିଆ ଦ୍ୱାରା ଏହା ପରିଚାଳିତ ହେବ। ଭିଷ୍ଟାରା ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ଏବେ ଏୟାର ଇଣ୍ଡିଆ ଓ୍ୱେବସାଇଟ୍ ଅବା ମୋବାଇଲ ଆପରେ ଟିକେଟ ବୁକିଂ କରିବେ। ଏୟାର ଇଣ୍ଡିଆରେ ଭିଷ୍ଚାରା ବିଲ୍ଲୀନ ହୋଇଯିବ ବୋଲି ୨୦୨୨ ନଭେମ୍ୱରରେ ଘୋଷଣା ହୋଇଥିଲା। ଏବେ ସିଙ୍ଗାପୁର ଏୟାରଲାଇନ୍ସକୁ ଏଫଡିଆଇ ଲାଗି ସରକାରୀ ମଞ୍ଜୁରୀ ମିଳିସାରିଛି। ଯାହା ଫଳରେ ଏହି ବିଲ୍ଲୀନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଭିଷ୍ଟାରା ଏୟାର ଇଣ୍ଡିଆ ଓ ସିଙ୍ଗାପୁର ଏୟାରଲାଇନ୍ସ ଜଏଣ୍ଟ ଭେଞ୍ଚ୍ୟୋରରେ ଚାଲିଛି। ଏହାର ବିଲୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ପରେ ସମସ୍ତ ବିମାନ ଏୟାର ଇଣ୍ଡିଆ ଅପରେସନରେ ଇଣ୍ଟିଗ୍ରେଟ୍ କରିଦିଆଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *