କୋଲକାତା ପୁଲିସ କମିଶନର ବିନୀତ ଗୋୟଲଙ୍କଠୁ ରାଷ୍ଟ୍ରପତି ପୁଲିସ ପଦକ ଓ ପୁଲିସ ମେଡାଲ ପ୍ରତ୍ୟାହାର କର। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଏଭଳି ଦାବି କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ବିନୀତଙ୍କ ପଦକ ପ୍ରତ୍ୟାହାର ଲାଗି ଅନୁରୋଧ କରିଛନ୍ତି ଶୁଭେନ୍ଦୁ। ଏଭଳି ସମ୍ମାନଜନକ ପଦକ ଯିଏ ପାଆନ୍ତି, ତାଙ୍କର ସ୍ୱତନ୍ତ୍ର ଗାରିମା ଥାଏ। ପଦକଧାରୀଙ୍କୁ ଆର୍ଥିକ ପ୍ରୋତ୍ସାନ ରାଶି ସହ ମେଡାଲ ଦିଆଯିବା ଗୌରବର କଥା। କିନ୍ତୁ ବୀନିତଙ୍କ ଭଳି ଭୀରୁ, ଆଇନକୁ ଅସମ୍ମାନ କରୁଥିବା ଅଧିକାରୀ ଏହା ପାଇବାକୁ ଯୋଗ୍ୟ ନୁହଁନ୍ତି। ଆରଜି କର ହସ୍ପିଟାଲରେ ଘଟିଥିବା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରୁ ନେଇ ଆରଜି କର ହସ୍ପିଟାଲରେ ପଶି ଯେଭଳି ଅସାମାଜିକ ତତ୍ତ୍ୱ ଭଙ୍ଗାରୁଜା କଲେ। କୋଲକାତା କମିଶନର ଭାବେ ବିନୀତଙ୍କ ପାରଦର୍ଶିତା ଆଉ କାହାରିକୁ ଅଛପା ନାହିଁ। ପ୍ରମାଣ ନଷ୍ଟ କରିବାକୁ ସବୁ ପ୍ରକାର ପ୍ରୟାସ କରିଥିଲେ ବିନୀତ। ଅମିତ ଶାହାଙ୍କୁ ଚିଠି ଲେଖି ଶୁଭେନ୍ଦୁ ଜଣାଇଛନ୍ତି ଯେ, ବିନୀତଙ୍କ କାମ ୧୬୮ ବର୍ଷର କୋଲକତା ପୁଲିସର ପ୍ରତିଷ୍ଠା ଓ ଭାବମୂର୍ତ୍ତିକୁ ମଳିନ କରିଛି। ନିନ୍ଦିତ ସହ ଲଜ୍ଜିତ କରିଛି। ୨୦୧୩ରେ ରାଷ୍ଟ୍ରପତି ପୁଲିସ ପଦକ ଓ ୨୦୨୩ରେ ପୁଲିସ ପଦକ ପାଇଥିଲେ ବିନୀତ।
Naxatra News is now on Whatsapp
Join and get latest news update delivered to you via whatsapp
Join Now