ବୁଲା କୁକୁରଙ୍କୁ ସାବଧାନ

ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ । ଦୁଇ ବର୍ଷ ରେ କୁକୁର କାମୁଡ଼ାର ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ। ବିଧାନସଭାରେ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଖିଛନ୍ତି ଉଦବେଗଜନକ ତଥ୍ୟ। ରାଜ୍ୟର ୮ ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସ ରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ କୁକୁର କାମୁଡ଼ା ର ଶିକାର ହୋଇଛନ୍ତି । ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *