ବିଶ୍ୱ ଜନସଂଖ୍ୟା ଦିବସ

ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଜନସଂଖ୍ୟା ଦିବସ। ୧୯୮୭ ମସିହା ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ୫୦୦ କୋଟି ପହଞ୍ଚିବା ପରେ ଡ.କେସି ଜାଚାରିୟାଙ୍କ ପ୍ରୟାସ ଓ ପ୍ରସ୍ତାବରେ ୧୯୮୯ ମସିହାରେ ଜାତିସଂଘ ଦ୍ୱାରା ଏହି ଦିବସ ପ୍ରତିଷ୍ଠା ହୋଇଥିଲା। ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଲାଣି। ଦାରିଦ୍ର୍ୟ, ଆର୍ଥିକ, ସ୍ୱାସ୍ଥ୍ୟ ସମସ୍ୟା ଭଳି ଜନସଂଖ୍ୟା ବୃଦ୍ଧି ଦ୍ୱାରା ପ୍ରଭାବିତ ହେଉଛି। ତେବେ ଏ ସମସ୍ତ ଦିଗରେ ଆମେ ସଚେତନ ହେବା ନିହାତି ଜରୁରୀ ହୋଇପଡିଛି। ପ୍ରତିଟି ବ୍ୟକ୍ତି ସଚେତନ ସହ ଶିକ୍ଷିତ ହେବାଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତ ବର୍ଷର ଥିମ ରହିଛି TO LEAVE NO ONE BEHIND,COUNT EVERYONE ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *