ଲଗାଣ ବର୍ଷା ଉଜାଡ଼ି ଦେଇଛି ସୁନାର ଫସଲ। ଏହି ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର। ଚାଷୀଙ୍କ ହେକ୍ଟର ହେକ୍ଟର ଅମଳ ଧାନ ଫସଲ କୁ ଏଠି ବର୍ଷା ଉଜାଡି ଦେଇଛି। ଧାନ ବିଲରେ ବର୍ଷା ପାଣି କାଦୁଅ ମଧ୍ୟରେ ପଡି ରହିଛି ପାଚିଲା ଅମଳ ଧାନ। କେଉଁଠି କ୍ଷେତରେ ଧାନ କଟା ହୋଇ ପଡିରହିଛି ତ ଆଉ କେଉଁଠି ଖଳା ବାଡ଼ି ରେ ଖୋଲା ଆକାଶ ତଳେ ପଡି ରହିଛି। ୫ ଦିନର ଲଗାଣ ବର୍ଷା ଯୋଗୁ ଅନେକ ସ୍ଥାନରେ ଧାନ ଗଜା ହେଉଥିବାର ଦେଖିବାକୁ ମିଳୁଛି। ସେପଟେ ଏବେବି ଧାନ ବିକ୍ରୟ ପାଇଁ ଖରିଫ ମଣ୍ଡି ଫିଟି ପାରିଲା ନାହିଁ। ଯେଉଁଥିପାଇଁ ସାହୁ ମହାଜନ ସାଙ୍ଗକୁ ସୋସାଇଟି ଋଣ ଓ ପରିବାର ଭରଣ ପୋଷଣ ନେଇ ଚିନ୍ତାରେ ଚାଷୀ।
କେବଳ ଧାନ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ପଡିନି, ଏଠି ପନିପରିବା ଚାଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଶହ ଶହ ହେକ୍ଟର ଜମିରେ ଚାଷୀ ମାନେ ବିଭିନ୍ନ କିସମର ଚାଷ ଡେରିଥିବା ବେଳେ ବର୍ଷା ଯୋଗୁଁ ସବୁ ନଷ୍ଟ ହୋଇଯାଇଛି। ପନିପରିବା ଚାଷର ହାଣ୍ଡି ଶାଳ କୁହାଯାଉଥିବା ବାଙ୍କୀ ଅଂଚଳର ଚାଷୀ ଏବେ ହତାଶ ହୋଇପଡ଼ିଛନ୍ତି। ଅନ୍ୟପଟେ କ୍ଷତିପୂରଣ ଆକଳନ କରି ସରକାର ଋଣ ଛାଡ଼ ସାଙ୍ଗକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ବାଙ୍କୀରୁ ମନୋଜ ଦଳେଇଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now