ସରକାରୀ ବିହନରୁ ହେଉନି ଗଜା

କେନ୍ଦ୍ରାପଡା: ଚଳିତ ବର୍ଷ ଚିନା ବାଦାମ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବନ୍ୟାରେ ଧୋଇ ଯାଇଥିବା ଖରିଫ ଫସଲ । ଏହାକୁ ଭୁଲି ରବିଫସଲ ପାଇଁ ଜମି ପ୍ରସ୍ତୁତ କରି ଅର୍ଥକାରୀ ଫସଲ ଚିନାବାଦାମ ଚାଷ ପାଇଁ ଅଣ୍ଟା ଭିଡ଼ିଥିଲା ଚାଷୀ କିନ୍ତୁ ସରକାରୀ ବିହନ ମିଳୁ ନଥିବାରୁ ଦାଉ ସାଜିଛନ୍ତି ଅସାଧୁ ଚିନା ବାଦାମ ବ୍ୟବସାୟ। ଚିନା ବାଦାମ ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରି ବେପାରୀ ଠାରୁ ଚଢା ଦରରେ ବାଦାମ ବିହନ ଆଣି ବିଲରେ ଲଗାଇଲା ବେଳକୁ ମଞ୍ଜି ଗଜା ହେଉନାହିଁ। ଏହି ଭଳି ଅସୁବିଧା ର ସମୁଖିନ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଞ୍ଚଳର ଚିନାବାଦାମ ଚାଷୀ ମାନେ ।

ଚିନ୍ତାରେ ଚାଷୀ କୁଳ। କେନ୍ଦ୍ରାପଡା ଜିଲ୍ଲା ନଦୀ ପଠାରେ ଚାଷୀ ମାନେ ଅର୍ଥକାରି ଫସଲ ଚିନା ବାଦାମ ଚାଷ ବହୁଳ ପରିମାଣରେ ଚାଷ କରନ୍ତି। କିନ୍ତୁ ଚଳିତ ବର୍ଷ ବେଡି ଉପରେ କୋରଡା ମାଡ ପରି ବାଦାମ ମଞ୍ଜି ଗଜାହେଉନାହିଁ। ବେସରକାରୀ ସଂସ୍ଥା ରୁ ବିହନ ବସ୍ତା ପିଛା ୪ହଜାର ଟଙ୍କା ଦେଇ ଆଣିଥିବା ବେଳେ, ବିଲ ପ୍ରସ୍ତୁତ କରି ବିହନ ବୁଣିଥିବା ବେଳେ ଗଛ ନ ବହାରିବାରୁ ଚାଷୀଙ୍କ ଉପରେ ଚଡକ ପଡିଛି। ଏପରି ହଜାର ହଜାର ଏକର ଜମି ରେ ହୋଇଥିବା ଚିନାବାଦାମ ଚାଷୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି।

ତେବେ ସରକାରୀ ବିହନ କିମ୍ବା ପ୍ରୋତ୍ସାହନ ଏବେ ମିଳୁ ନଥିବାରୁ ଚାଷୀ ମାନେ ବାହାର ସଂସ୍ଥା ରୁ ବିହନ କିଣି ଠକେଇର ଶିକାର ହେଉଛନ୍ତି। ଏହି ସମାସ୍ୟା ପାଇଁ ଦାୟୀ କିଏ? ପ୍ରକୃତରେ ଚାଷୀ କୁଳକୁ ଠକିଛି କିଏ? ଏହାର ଉପଯୁକ୍ତ ତଦନ୍ତ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ଜିଲ୍ଲା କୃଷି ବିଭାଗ ହେଉ ଅବା ଜିଲ୍ଲା ପ୍ରଶାସନ ହୁଅନ୍ତୁ ଏହାର ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ବିଷୟରେ କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନ ସହିତ ଯୋଗା ଯୋଗ କରିଥିବା ବେଳେ ଏ ସମ୍ପର୍କରେ କେହି ଧରା ଛୁଆଁ ଦେଇ ନଥିଲେ।

ଦିଲ୍ଲୀପ ମହାନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *