ଅଧିବେଶନ ସରିଲା, ସରିବ ଆନ୍ଦୋଳନ!

Spread the love

ଭୁବନେଶ୍ବର: ସମୟ ଅବଧି ଆଗରୁ ସରିଲା ବିଧାନସଭା l ମାତ୍ର 8 ଦିନରେ ସରିଛି ଶୀତ ଅଧିବେଶନ l କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଥମିନି ଧାରଣାରତ ଆନ୍ଦୋଳନକାରୀଙ୍କ  ସ୍ଵର l ନାରାବାଜି ଏବେ ମଧ୍ୟ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କମ୍ପୁଚି ଲୋୟର ପିଏମଜିର ଧାରଣ ସ୍ଥଳ l

ସଭା ଆରମ୍ଭରୁ ବିଭିନ୍ନ ସମସ୍ୟାକୁ ନେଇ କମ୍ପୁଥିଲା ଗୃହ, ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ଶିକ୍ଷକ , ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଏପରି ବିଭିନ୍ନ ସମସ୍ୟା ଉଠିଲା ଗୃହରେ l ଅନ୍ୟପଟେ ଧାରଣାସ୍ଥଳରେ ଚାକି ସ୍ଥାୟୀ, ଦରମା ବୃଦ୍ଧି, ପେନସନ, ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରୀ ଭଳି ପ୍ରମୁଖ ଦାବିରେ ଚାଲିଥିଲା ଆନ୍ଦୋଳନ । ଆନ୍ଦୋଳନରେ ବସିଥିଲେ ଶିକ୍ଷକ ସଂଘ, ଅଲ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଗ୍ରାମ ଆରକ୍ଷୀ ସଙ୍ଘ, ଗ୍ରାମ ପଞ୍ଚାୟତ ସେବକ ସଂଘ ଭଳି ବିଭିନ୍ନ ସଂଘ l କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ସମୟ ଅବଧି ଆଗରୁ ଶୀତ ଅଧିବେଶନ ସରିଯାଇଥିବାରୁ ବର୍ତ୍ତମାନ ଏହି ସଂଘ ଗୁଡ଼ିକର ସମସ୍ୟା ଶୁଣିବ କିଏ? କାହା ପାଖରେ ଗୁହାରି କରିବେ ଏହି କର୍ମଚାରୀ ମାନେ?

ସମୟ ଅବଧି ଆଗରୁ ଶୀତ ଅଧିବେଶନକୁ ସାରିଦେବା ସରକାରଂକ ପାରିବା ପଣିଆକୁ ପଦାରେ ପକାଉଛି ବୋଲି ଅଭିଯୋଗ ଉଠାଇଛନ୍ତି ଆନ୍ଦୋଳନକାରୀ l ଅହୋରାତ୍ର ଧାରଣାରେ ବସିଥିଲେ ଆଗକୁ ମଧ୍ୟ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ। ତେବେ ଅଗକୁ ଏହି ଆନ୍ଦୋଳନ କେଉଁ ରୂପ ନେଉଛି ଏହି ଧାରଣ ? କେବେ ଦୁଃଖ ଶୁଣୁଛନ୍ତି ସରକାର ତାହା ଦେଖିବା ବାକି ରହିଲା।

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *