ରାଜ୍ୟରେ ପୁଣି ବଢିଲା ତାତି

Spread the love

ଭୁବନେଶ୍ୱର : ଗତକାଲିଠୁ ରାଜ୍ୟରେ ପୁଣି ଦିନ ତାପମାତ୍ରା ବଢିଛି। ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇଥିବା ନେଇ ପାଣିପାଗ ବିଭାଗ ପ୍ରକାଶ କରିଛି । ୧୫ ମଇରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରୀ ରହିବ । ଯାହାର ପ୍ରଭାବରେ ଆଜିଠାରୁ ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୪୫ ଡ଼ିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ।

   ଏନେଇ ୧୫ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଅନୁଗୁଳ ଏବଂ ୧୬ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ଅନୁଗୁଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ନେଇ ଚେତାବନୀ ଜାରୀ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।    

Leave a Reply

Your email address will not be published. Required fields are marked *