ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ପାଳିତ

Spread the love

ଭୁବନେଶ୍ୱର : ବରପୁତ୍ରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଆମ ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ୯୨ ତମ ଜୟନ୍ତୀ ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଉତ୍କଳ ସମ୍ମିଳନୀ ମେଞ୍ଚଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଉତ୍କଳ ସମ୍ମିଳନୀର ଉପ-ସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ର ଓ ଶାଖ ଉପଦେଷ୍ଟା ନିମାଇଁ ଚରଣ ଦାସ ଆଦି ବରପୁତ୍ରୀଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସର୍ବ ପ୍ରଥମେ ଉତ୍କଳ ଦିବସ ସରକାରୀ ଭାବେ ପାଳିତ ହୋଇଥିଲା, ସେହିପରି ଭୂ ସଂସ୍କାର ଓ ଯୈାତୁକ ନିରୋଧ ଆଇନ୍ ଭଳି ଲୋକପ୍ରିୟ ଆଇନ୍ ସେ ପ୍ରଣୟନ କରିଥିବା ବେଳେ ଗ୍ରାମାଞ୍ଚଳରେ ମହାଜନି କାରବାର ବନ୍ଦ କରିବାକୁ ମଧ୍ୟ ସେ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ସଭାପତି ଶ୍ରୀ ଦାଶଶର୍ମା କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ବାସନ୍ତୀ ତ୍ରିପାଠୀ, ଯୁଗ୍ମ-ସମ୍ପାଦକ ସିଧାର୍ଥ ଶଙ୍କର ଗଡନାୟକ ଓ ଅକ୍ଷୟ କୁମାର ଜେଠୀ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ପ୍ରତାପ କୁମାର ନନ୍ଦ ଓ ନିତ୍ୟ ରଞ୍ଜନ ନନ୍ଦ, ପରିଷଦ ସଦସ୍ୟ ରୁଷି ପଟ୍ଟନାୟକ, ରାମ ଚନ୍ଦ୍ର ସାମଲ ଓ ଭବାନୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *