ଜମି ମାଫିଆଙ୍କୁ ତହସିଲଦାରଙ୍କ ଅନୁକମ୍ପା, ଅଡିଓ ଭାଇରଲ l ଦିବା ଲୋକରେ ଚୋରା ଚାଲାଣ ହେଉଛି ମୋରମ l ମୋରମ ବୋଝଇ ଗାଡି ସିଜ କରିବାରୁ ଆରଆଇଙ୍କୁ ତହସିଲ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି l ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲ ଅଧୀନରେ ମୋଟ ୨୫ଟି ଗ୍ରାମପଞ୍ଚାୟତ ଥିବା ବେଳେ ସବୁଠି ଖୁଲାମଖୁଲା ଚାଲିଛି ବେଧଡକ ବାଲି ଚୋରି ଓ ଜମି ମାଫିଆଙ୍କ ଜୁଲମ l ଜମି ମାଫିଆ ମାନେ ଖୋଦ ବିଭାଗୀୟ ଅଧିକାରୀ ମାନଙ୍କୁ ହାତ ବାରିସୀ ସାଜି ଦିନ ଦୁଇପ୍ରହରେ ଟ୍ରିପ ଟ୍ରିପ ମୋରମ ଚୋରି କରି କାୟା ବିସ୍ତାର କରି ସାରିଲେଣି l ବାଲି ମାଫିଆ ମାନେ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲ ଜମି ଓ ସରକାରୀ ଜମିରୁ ମନଇଛା ବାଲି ଚୋରି କରି ନେଉଛନ୍ତି l ଖୋଦ ଜଗନ୍ନାଥ ପ୍ରସାଦ ତହସିଲ କାର୍ଯ୍ୟାଳୟ ଦେଇ ପ୍ରତିଦିନ ସହସ୍ରାଧିକ ମୋରମ ବୋଝେଇ ଟ୍ରାକ୍ଟର ଯିବାଆସିବା କରୁଛି l ହେଲେ ଏଥିପ୍ରତି ସ୍ଥାନୀୟ ପ୍ରଶାସନର କୌଣସି ଅଙ୍କୁଶ ନାହିଁ l ବାଲି ଓ ମୋରମ ବୋଝେଇ ଗାଡି ଦେଖିଲେ ନଦେଖିଲା ଭଳି ଅଭିନୟ କରି ମୁହଁ ବୁଲାଇ ଚାଲିଯାଉଛନ୍ତି ବିଭାଗୀୟ ଅଧିକାରୀ l
ଜଗନ୍ନାଥ ପ୍ରସାଦ ତହସିଲ ଅଧୀନରେ ଥିବା ବିଭିନ୍ନ ମୌଜାରୁ ଜମି ମାଫିଆ ମାନେ ରୟାଲିଟି ନବାନ୍ଧି ଚୋରା ମୋରମ ପାଇଁ ରାଜ ଚଳାଇଛନ୍ତି l ପ୍ରଶାସନ ଆଖିରେ ଧୂଳି ଦେଇ ମୋରମ ଚାଲାଣ କରୁଛନ୍ତି l ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ଜଗନ୍ନାଥ ପ୍ରସାଦ ରାଜସ୍ୱ ବିଭାଗ l ତେବେ ଏହି ଚୋରା ବେପାର ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଅଞ୍ଚଳ ବାସୀ ଦାୟୀ କରିଛନ୍ତି l
ତେବେ ତହସିଲଦାରଙ୍କର ଏକ ଭାଇରାଲ ଅଡ଼ିଓ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗତ ନଭେମ୍ବର ୭ ତାରିଖରେ ସ୍ଥାନୀୟ ତାଳପଙ୍କା ମୌଜାରେ ଏକ ଜମିରେ ଜେସିବି ଯୋଗେ ମୋରମ ଖୋଳାଯାଇ ୭ଟି ଟ୍ରାକ୍ଟର ମାଧ୍ୟମରେ ଭଞ୍ଜନଗର- ଭୁବନେଶ୍ୱର ମୁଖ୍ୟ ରାସ୍ତା ଦେଇ ଚାଲାଣ ହେଉଥିଲା l ସ୍ଥାନୀୟ ଲୋକେ ରାଜସ୍ବ ନିରୀକ୍ଷକଙ୍କୁ ଜଣାଇବା ସହ ସେହି ଦିନର ମୋରମ ଚାଲାଣର ରସିଦ ମାଗିଥିଲେ l ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମଲ୍ଲିକ ମୁଖ୍ୟ ବଜାରରେ ଚଢ଼ାଉ କରି ମୋରମ ବୋଝେଇ ଥିବା ଦୁଇଟି ଟ୍ରାକ୍ଟରକୁ ଜବତ କରିଥିଲେ l କିନ୍ତୁ ଟ୍ରାକ୍ଟର ଜବତ କରିବା କ୍ଷଣି ସ୍ଥାନୀୟ ତହସିଲଦାର ଅଶୋକ କୁମାର ମୁଦୁଲି ଜବତ ଥିବା ଟ୍ରାକ୍ଟରକୁ ତୁରନ୍ତ ଛାଡିବା ପାଇଁ ଆରଆଇଙ୍କୁ ବାଧ୍ୟ କରିଥିଲେ l ଯାହାର ଅଡିଓ ଭାଇରାଲ ହେବାରେ ଲାଗିଛି। ସେପଟେ ଅଡିଓ ପ୍ରଘଟ ହେବା ପରେ ଏହା ମିଥ୍ୟା ବୋଲି କହିଛନ୍ତି ତହସିଲଦାର। ଆଉ ଆରଆଇ କହିଛନ୍ତି ଅଡିଓ ଟି ସମ୍ପୁର୍ଣ୍ଣ ସତ୍ୟ ଏବଂ ତାଙ୍କୁ ସସ୍ପେଣ୍ତ କରିବାର ମଧ୍ୟ ମିଳିଛି ଧମକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now