ଲ୍ୟାଣ୍ଡ ସେଣ୍ଟେଲମେଣ୍ଟ ୧୯୬୨ ଅନୁଯାୟୀ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଦିଆଯିବା ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରୀ କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି। ସେହିପରି କିଛି ଗରୀବ ଶ୍ରେଣୀ ଲୋକଙ୍କ ୪ ଡେସିମିଲରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଛି, ସେମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ। ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ। ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ସରକାର। ବିଡିଏଠାରୁ ଅନୁମତି ନେଇ ଜଣେ ପାର୍ଟ ପ୍ଲଟ ବିକ୍ରୀ କରିପାରିବ। କିନ୍ତୁ କେତେଟା ବିକ୍ରୀ ହୋଇଛି ତାର ଆମେ ରିପୋର୍ଟ ମାଗିଛୁ। ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖଣ୍ଡଗିରି ସବ ରେଜିଷ୍ଟ୍ରୀ ଅଫିସର ମହିଳା କିରାଣି ଲାଞ୍ଚ ନେବା ଘଟଣାରେ ତଦନ୍ତ ଚାଲିଛି। ଯେଉଁମାନେ ମନ୍ଦ ଉଦ୍ଦେଶ୍ୟ ରଖି ପାର୍ଟ ପ୍ଲଟ ପଞ୍ଜୀକରଣ କରିଥିବେ ସେମାନେ ଆଶା ଠାରୁ ବି ଅଧିକ ଦଣ୍ଡ ପାଇବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now