ପତ୍ନୀହନ୍ତା ପତିକୁ ମିଳିଲା ଫାଶୀ ଦଣ୍ଡ

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ମିଳିଲା ଫାଶୀ ଦଣ୍ଡାଦେଶ। ଦୋଷୀ ସଂଜିତ ଦାସକୁ ଫାଶୀ ଶୁଣାଇଲେ ଏସଡିଜେଏମ୍‌ କୋର୍ଟ। ୨୦୨୨ ଜୁନ୍‌ ୯ରେ ଖଣ୍ଡଗିରି ଥାନା ଘାଟିକିଆ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଥିଲା। ୩ଦିନର ଛୁଆକୁ ଧରି ଏନ୍ତୁଡିଶାଳରେ ଥିବା ସ୍ତ୍ରୀକୁ ବୀଭତ୍ସ ଭାବେ ଛୁରୀ ଭୁସି ହତ୍ୟା କରିଥିଲା ସ୍ୱାମୀ ସଂଜିତ।

ପତ୍ନୀହନ୍ତା ପତିକୁ ମିଳିଲା ଫାଶୀ ଦଣ୍ଡ l ଦଣ୍ଡାଦେଶ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ-୨ । ମୃତ୍ୟୁ ଦଣ୍ଡାଦେଶ ପରେ ପେନ୍ ଭାଙ୍ଗିଲେ ଜଜ୍ । ୨୦୨୨ ଜୁନ ୯ରେ ଖଣ୍ଡଗିରି ଥାନା ଘାଟିକିଆରେ ଘଟିଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ l କୋର୍ଟରେ ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ସଞ୍ଜିତଙ୍କ ଓକିଲ । ଏହାକୁ କୋର୍ଟରେ ସରକାରୀ ଓକିଲ ବିରୋଧ କରିଥିଲେ । କ୍ଷତ ଆକାର ଓ ସଂଖ୍ୟା ଓ ଅପରାଧ ଗମ୍ଭୀରତା ବିଚାର ପାଇଁ ଯୁକ୍ତି କରିଥିଲେ । ସେପଟେ ବିରଳରୁ ବିରଳ ଘଟଣା କହିଥିଲେ ବିଚାରପତି । ୧୩ ଜଣ ସାକ୍ଷୀଙ୍କ ପ୍ରମାଣ, ସାଇଣ୍ଟଫିକ ଟିମର ପ୍ରମାଣ ଓ ଏକ୍ସପର୍ଟ ଙ୍କ ପ୍ରମାଣ କୁ ଆଧାର କରି ଜିଲ୍ଲା ଦୌରା ଜଜ୍ କୋର୍ଟ ଅଭିଯୁକ୍ତ କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।  

ନିଶା ଖାଇବା ପାଇଁ ନ ଦେବାରୁ ୨୦୨୨ ଜୁନ ୯ରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ସଞ୍ଜିତ।  ୩ଦିନର ଶିଶୁକନ୍ୟାକୁ କୋଳରେ ଧରି ଏନ୍ତୁଡ଼ିଶାଳରେ ବସିଥିବା ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ । ସ୍ତ୍ରୀକୁ ୩୩ଥର ଛୁରି ଭୁସିଥିଲା ସଞ୍ଜିତ ଦାସ । କିନ୍ତୁ ଭାଗ୍ୟବଶତଃ ନବଜାତକ ବଞ୍ଚିଯାଇଥିଲା। କେବଳେ ଏତିକି ନୁହେଁ ୬ ବର୍ଷିୟା ନିଷ୍ପାପ କୁନି ଝିଅର ବି ତଣ୍ଟି କାଟି ଦେଇଥିଲା ପିଶାଚ ବାପା । କୁନି ଝିଅର ଜୀବନ ଫେରି ପାଇବାକୁ ଲାଗିଯାଇଥିଲା ୩ ମାସ ସମୟ । ଦୁଇ କୁନି ଝିଅଙ୍କଠାରୁ ମା କୁ ଛଡାଇ ନେଇଥିଲା ରକ୍ତମୁଖା ସଞ୍ଜିତ ।  ହତ୍ୟାକାଣ୍ଡ ଘଟାଇ ଫେରାର ଉଦ୍ୟମ ବେଳେ ନିକଟସ୍ଥ ମଦ ଦୋକାନରୁ ସଞ୍ଜିତକୁ ପୁଲିସ କାବୁ କରିଥିଲା। ପଚରାଉଚରା ପରେ ସବୁ ସତ ମାନି ନେଇଥିଲା ସଞ୍ଜିତ। ସାମାନ୍ୟ କିଛି ଅର୍ଥ ପାଇଁ ପିଶାଚ ସାଜିଥିଲା ସ୍ୱାମୀ। ଇହ କାଳ ପରକାଳର ଦେବତା ବୋଲାଉଥିବା ପତି ପାଲଟିଥିଲା ନରରାକ୍ଷସ। ସବୁ ବିପଦରୁ ସୁରକ୍ଷା ଦେବା ପାଇଁ ବେଦୀରେ ଶପଥ ଦେଇଥିବା ସ୍ୱାମୀ ଅତି ନିର୍ମମ ଭାବେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *